‘ଆରକ୍ଷୀ’ ଆପ୍ ଉନ୍ମୋଚିତ, ରାଜ୍ୟର ସବୁ ଥାନାକୁ ଯୋଗାଇ ଦିଆଯିବ କମ୍ପ୍ୟୁଟର ଟ୍ୟାବ୍ : ଖୁବଶୀଘ୍ର ଆଉ ୧୧ଟି ଜିଲ୍ଲାରେ ଖୋଲିବ ମହିଳା ଓ ଶିଶୁ ଡେସ୍କ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ଭୁବନେଶ୍ବର ପୋଲିସ ଭବନରେ ଚାଲିଥିବା ୩ ଦିନିଆ ଆଇପିଏସ୍‌ ସମ୍ମିଳନୀର ଆଜି ଥିଲା ଶେଷ ଦିନ । ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନ ଶୃଙ୍ଖଳା ପରିଚାଳନାରେ ପୋଲିସର ଭୂମିକା ନେଇ ପ୍ରଶଂସା କରିଥିଲେ ନବୀନ । ଏହି ଅବସରରେ  ଆରକ୍ଷୀ ଆପ୍‌ର ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ।

{"id":75897}

ଆଇପିଏସ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ରାଜ୍ୟରେ ଆଇଶୃଙ୍ଖଳା ପରିଚାଳନାରେ ପୋଲିସର ଭୂମିକାକୁ ଖୁବ୍‌ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ହକି ବଶ୍ବକପ୍‌ ପରିଚାଳନାକୁ ନେଇ ମଧ୍ୟ ରାଜ୍ୟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଆରକ୍ଷୀ ଆପ୍‌ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । 

{"id":75898}

ରାଜ୍ୟର ସବୁ ଥାନାକୁ ଖୁବ୍‌ଶୀଘ୍ର କମ୍ପ୍ୟୁଟର ଟ୍ୟାବ୍‌ ଯୋଗାଇ ଦିଆଯିବ । ମହିଳା ଓ ଶିଶୁ ସୁରକ୍ଷା ପାଇଁ ୧୯ଟି ଜିଲ୍ଲାରେ ହେଲ୍ପ ଡେସ୍କ ଖୋଲିଛି । ଖୁବ୍‌ ଶୀଘ୍ର ସମସ୍ତ ଜିଲ୍‌ଲାରେ ହେଲ୍ପ ଡେସ୍କ ଖୋଲିବ ବୋଲଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।

{"id":75899}

ରାଜ୍ୟରେ ନକ୍ସଲ ଦମନ, ସାଇବର କ୍ରାଇମ ରୋକିବା ଦିଗରେ ପଦକ୍ଷେପ, ଅପରାଧୀ ଦମନ, ଦୁର୍ନୀତି ନିବାରଣ ଓ ଅବାଧ ନିର୍ବାଚନକୁ ନେଇ ଏହି ତିନି ଦିନିଆ ଆଇପିଏସ ସମ୍ମିଳନୀରେ ଆଲୋଚନା ହୋଇଛି । ପୋଲିସ କିଭଳି ଲୋକଙ୍କ ନିକଟତର ହୋଇପାରିବ । ସେ ନେଇ ମଧ୍ୟ ଅଧିକ ଗୁରତ୍ବ ଦେଇଛି ପୋଲିସ ବିଭାଗ ।

{"id":75817}

ସମ୍ମିଳନୀର ଶେଷ ଦିନରେ ପୋଲିସ ତା’ର ବିଭିନ୍ନ କାର୍ଯ୍ୟରେ କିଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ସାହାଯ୍ୟ ନେଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ପୂର୍ବରୁ ଆମ ରାଜ୍ୟରେ କେବଳ ଭେସେରା ଆଉ ବାୟୋଲୋଜିକାଲ ଟେଷ୍ଟ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଏବେ ବାଲାଷ୍ଟିକ ଟେଷ୍ଟ, ଡିଏନଏ ଟେଷ୍ଟ, ପଲିଗ୍ରାଫି ଭିଡିଓ ରେକର୍ଡିଂ ସାଇବର ଭଏସ ଟେଷ୍ଟ ପାଇଁ ନୂଆ କୌଶଳର ବ୍ୟବହାର ସମ୍ଭବ ହୋଇପାରିଛି ।

{"id":75900}

ଯେଉଁଥି ପାଇଁ ରାଜ୍ୟ ପୋଲିସକୁ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଯିବାକୁ ପଡ଼ୁଥିଲା ତାହା ଏବେ ଆମ ରାଜ୍ୟରେ ହୋଇପାରୁଛି ।

{"id":75819}

ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଗୃହ ସଚିବ ଅସିତ୍‌ ତ୍ରିପାଠୀଙ୍କ ସମେତ ରାଜ୍ୟର ସମସ୍ତ ଆଇପିଏସ୍‌ ଅଧିକାରୀମାନେ ଯୋଗ ଦେଇଥିଲେ ।

{"id":75902}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.