ପୁଣି ଚଳଚଞ୍ଚଳ ହେବ ରେଳ ଷ୍ଟେସନ, ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ପରେ ସ୍ୱଭାବିକ ଚାଲିବ ଟ୍ରେନ୍

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬।୧୨: କରୋନା ଭାଇରସ ମହାମାରୀ ଲାଗି ଲକଡାଉନରେ ସାରା ଦେଶର ଯାତ୍ରୀ ରେଳସେବା ବିପର୍ଯ୍ୟସ୍ତ ହୋଇପଡିଛି। ସରକାର ସବୁ ଯାତ୍ରୀ ଟ୍ରେନ୍‌ ସେବା ବାତିଲ କରିଦେଇଛନ୍ତି। ତେବେ ଟ୍ରେନ ଆବଶ୍ୟକତା ଲାଗି ପ୍ରଥମେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳା ଯାଇଥିଲା। ପରେ ଦେଶରେ ଅନେକ ସ୍ପେଶାଲ ଓ ପାର୍ବଣ ଟ୍ରେନ ଚଳାଚଳ କରିଥିଲେ ବି ଏପର୍ଯ୍ୟନ୍ତ ଯାତ୍ରୀ ରେଳ ସେବା ସ୍ୱଭାବିକ ହୋଇପାରିନି।

ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହୋଇନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଏଣୁ ଲୋକଙ୍କ ସମସ୍ୟାକୁ ଦେଖି ସରକାର ପୂର୍ବଭଳି ରେଳ ସେବା ଯୋଗାଇ ଦେବାକୁ ଏବେ ବିଚାର କରୁଛନ୍ତି। ଏ ନେଇ ରେଳବାଇ ବୋର୍ଡ ଅଧ୍ୟକ୍ଷ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ୨୦୨୦ ବର୍ଷକୁ ରେଳବାଇ ଲାଗି ଜଟିଳ ବର୍ଷ ବୋଲି କହିଛନ୍ତି। ବିଭିନ୍ନ ରାଜ୍ୟରେ ଯାତ୍ରୀ ରେଳ ସେବା ଆରମ୍ଭ କରିବା ଲାଗି ରେଳବାଇ ଅଧିକାରୀମାନେ ରାଜ୍ୟ ସରକାରମାନଙ୍କ ସହ ଲଗାତାର ଚର୍ଚ୍ଚାରେ ଥିବା କହିଛନ୍ତି। ଯେଉଁ ରାଜ୍ୟ ଏଥିଲାଗି ଅନୁମତି ଦେବେ ସେହି ସବୁ ରାଜ୍ୟରେ ରେଳ ଚଳାଚଳ ଆରମ୍ଭ ହେବ ବୋଲି ରେଳବାଇ ବୋର୍ଡ ଅଧ୍ୟକ୍ଷ କହିଛନ୍ତି।

ତେବେ କରୋନା ଲକଡାଉନ ଯୋଗୁ ରେଳ ସେବା ବାଧିତ ହୋଇଥିବା ବେଳେ ରେଳବାଇ ଲେବଲ କ୍ରସିଂଗୁଡିକୁ ନବିକରଣ କରିଥିବା କହିଛନ୍ତି। ଫଳରେ ଦେଶରେ ମାନବଯୁକ୍ତ ରେଳବାଇ ଫାଟକ ବ୍ୟବସ୍ଥା ଧିରେ ଧିରେ ସମାପ୍ତ ହେବାକୁ ଯାଉଥିବା ବେଳେ ସ୍ୱୟଂକ୍ରିୟ ରେଳ ଫାଟକ ସଂଖ୍ୟା ୧୦୨କୁ ପହଞ୍ଚିଛି। ସେହି ପରି ୬୩୫ଟି ଷ୍ଟେସନକୁ ସିସିଟିଭି କ୍ୟାମେରାରେ ସୁରକ୍ଷିତ କରାଯାଇଛି। ଏହା ଛଡାଗ୍ରୀନ ରେଲୱେ ପ୍ରକଳ୍ପରେ ରେଳବାଇ ବିଦ୍ୟୁତକରଣ କାର୍ଯ୍ୟରେ ୪.୫ ଗୁଣା ବୃଦ୍ଧି ହୋଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.