Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ପୁଣି ଖୋଲିପାରେ ଶିଖ ବିରୋଧୀ ଦଙ୍ଗାର ବନ୍ଦ ଫାଇଲ, SIT କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସାକ୍ଷ ଓ ପ୍ରମାଣ

5/04/2021 at 6:55 PM

କାନପୁର ୫।୪: ଦେଶରେ ହୋଇଥିବା ୧୯୮୪ ଶିଖ ବିରୋଧୀ ଦଙ୍ଗା ନେଇ ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର କମିଶନରୁ ଏସଆଇଟି ଗୁରୁତ୍ୱପୂର୍ଣ୍ଣ ସାକ୍ଷ ଓ କାଗଜପତ୍ର ପାଇଛନ୍ତି। ଏଥିରୁ ବନ୍ଦ ହୋଇଯାଇଥିବା ୧୦ଟି ମାମଲାର ଫାଇଲ ପୁଣି ଖୋଲିପାରେ ବୋଲି ଏବେ ଆଶଙ୍କା କରାଯାଉଛି। ଯଦି ଏପରି କିଛି ହୁଏ ତେବେ ଦଙ୍ଗା ବେଳେ ହୋଇଥିବା ୨ ଡଜନରୁ ଅଧିକ ହତ୍ୟା ମାମଲାର ଅପରାଧୀ  ଦଣ୍ଡିତ ହେବେ।

ଏସଆଇଟି ଶିଖ ବିରୋଧୀ ଦଙ୍ଗାର ୧୯ଟି କେସ୍‌ ଯାଞ୍ଚ କରୁଛନ୍ତି। ତେବେ ମାମଲାରେ ସାକ୍ଷ ଓ ପ୍ରମାଣ ଅଭାବ ଯୋଗୁ ୧୦ଟି କେସ୍‌କୁ ବନ୍ଦ କରି ଦିଆଯାଇଛି। ଏହି ସବୁ କେସ୍‌ ଦଙ୍ଗା ବେଳେ ହୋଇଥିବା ହତ୍ୟା ଓ ଡକୈତୀ ସମ୍ପର୍କିତ। ଏସଆଇଟିଙ୍କ ଅନୁସାରେ ସାକ୍ଷ ସଂଗ୍ରହ ଲାଗି ଏକ ଟିମ୍‌ ଦିଲ୍ଲୀ ଯାଇଥିଲା। ଏଥିରେ ରଙ୍ଗନାଥ  ମିଶ୍ର କମିଶନରେ ଦଙ୍ଗାପୀଡ଼ିତ ଦାଖଲ କରିଥିବା ଆଫିଡେଭିଟ୍‌ ସଂଗ୍ରହ କରିଛନ୍ତି।

ଏହି ସବୁ ଆଫିଡେଭିଟ୍‌ରୁ ବନ୍ଦ ହୋଇଯାଇଥିବା ମାମଲା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାଙ୍ଗକୁ ପ୍ରମାଣ ମଧ୍ୟ ଏସଆଇଟି ହାତରେ ପଡିଛି। ଏହି ସବୁ ସତ୍ୟପାଠରୁ କେତେକରେ ଲୋକେ ଅଭିଯୁକ୍ତଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ସବୁ କେସ୍‌ରେ ଶହେରୁ ଅଧିକ ଅଭିଯୁକ୍ତ ଥିବା ବେଳେ ଏବେ ମାମଲା ସମ୍ପର୍କିତ ଅଧିକ ତଥ୍ୟ ଓ ପ୍ରମାଣ ସଂଗ୍ରହ ହେଉଛି। ହୁଏତ ସାକ୍ଷ ଓ ପ୍ରମାଣ ନଥିବାରୁ ବନ୍ଦ ହୋଇଯାଇଥିବା ଫାଇଲ ଗୁଡିକ ପୁଣି ଖୋଲିପାରେ ବୋଲି ଏବେ ଆଶଙ୍କା କରାଯାଉଛି।

   Related Posts