Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ନବୀନ ନିବାସରେ ପୁରୀ ଜିଲ୍ଲାର ମନ୍ତ୍ରୀ ଓ ବିଧାୟକଙ୍କ ରୁଦ୍ଧଦ୍ବାର ବୈଠକ, ଘଟିପାରେ ବଡ ଘଟଣା

30/12/2018 at 7:26 PM

ଭୁବନେଶ୍ବର୩୦|୧୨: ଆଜି ସଂଧ୍ୟରେ ନବୀନ ନିବାସଠାରେ ଅଚାନକ ପୁରୀ ଜିଲ୍ଲାର ୪ବିଧାୟକ ଓ ୨ମନ୍ତ୍ରୀଙ୍କ ରୁଦ୍ଧ ଦ୍ବାର ବୈଠକ ବସିଛି । ବୈଠକରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ଅଚାନକ ପୁରୀ ଜିଲ୍ଲାର ଜନ ପ୍ରତିନିଧିମାନଙ୍କ ବୈଠକ ନବୀନ କାହିଁକି ଡାକିଲେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ଓ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା ବୋଲି ବିଜେଡି ପକ୍ଷରୁ କୁହାଯାଉଥିଲେ ମଧ୍ୟ ବୈଠକର ଅସଲ ଉଦ୍ଦେଶ୍ୟ ଅଲଗା ବୋଲି ଆଲୋଚନା ହେଉଛି ।

ପୁରୀ ଜିଲ୍ଲାର ଦୁଇଟି ବଡ ଘଟଣା ପାଇଁ ସରକାର ଏବେ ବ୍ୟାକଫୁଟରେ ଅଛନ୍ତି । ପ୍ରଥମ ପ୍ରସଂଗଟି ହେଉଛି ଶ୍ରୀମନ୍ଦିରରେ ବିଭ୍ରାଟ ଓ ଦ୍ବିତୀୟ ପ୍ରସଂଗଟି ହେଉଛି ପିପିଲିର ବେବିନା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆସିବାପରେ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ । ମନତ୍ରୀଙ୍କ ଦାୟିତ୍ବହୀନ ବୟାନ ପାଇଁ ବିରୋଧୀ ଏବେ ସରକାରଙ୍କୁ ଘେରିଛନ୍ତି । ଏପଟେ ଏ ଦୁଇ ଘଟଣା ପାଇଁ ଦୁଇମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ମହେଶ୍ବର ମହାନ୍ତିଙ୍କୁ ମନ୍ତ୍ରୀମଣ୍ଡଳୁ ବାଦ ଦେବା ପାଇଁ ଦଳ ଚିନ୍ତା କରୁଥିବା ଆଲୋଚନା ଯୋର ଧରିଛି । ଏଭଳି ସମୟରେ ନବୀନ ନିବାସରେ ରୁଦ୍ଧ ଦ୍ବାର ବୈଠକ ସମସ୍ତଙ୍କୁ ଉତ୍କଣ୍ଟିତ କରିଛି ।

   Related Posts