ନିଛାଟିଆ ରାସ୍ତାରେ ଦୋହଲୁଥିଲା ବନ୍ଦ କାର୍ , ପାଖକୁ ଯାଇ ଲୋକେ ଯାହା ଦେଖିଲେ ତା’ପରେ ହେଲା କ’ଣ…

Published By : Prameya-News7 Bureau | March 05, 2020 IST

ଚନ୍ଦ୍ରଶେଖରପୁର ୫/୩: ସନ୍ଧ୍ୟା ସାତଟା, ଇନଫୋସିଟି ଥାନା ଅଧୀନ ଅଳସୁଆ ଗାଁର ଏକ ନିଛାଟିଆ ସ୍ଥାନରେ ବିଲ ପାଖରେ ଥୁଆ ହୋଇଥିଲା ଏକ ଦାମୀ କାର । ସେହି ବିଲ ପାଖ ରାସ୍ତା ଦେଇ ଯାଉଥିବା ଲୋକେ କାରଟି ହଲୁଥିବାର ଦେଖିଥିଲେ । ଏହି କାରକୁ ଦେଖି ଧୀରେ ଧୀରେ ଦେଖଣାହାରୀଙ୍କ ସଂଖ୍ୟା ବଢିବାରେ ଲାଗିଲା । ଯେ କେହି ସେହି ବାଟେ ଯିବା ଆସିବା କରୁଥାନ୍ତି, ଗାଡ଼ି ଅଟକାଇ ଦଣ୍ଡେ ଚାହୁଁଥାନ୍ତି କ’ଣ ଚାଲିଛି ଏଠି । କାରକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବି ବଢ଼ିବାରେ ଲାଗିଲା । ଗହଳି ଭିତରୁ କିଛି ଲୋକ କାର ପାଖକୁ ଯାଇ କାଚ ବାଟେ ନିରେଖି ଦେଖିଲେ ମଧ୍ୟ । ଯାହା ଜଣାପଡ଼ିଲା କାର୍‌ ଭିତରେ ଦୁଇ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଥିଲେ।

କିଛି ଲୋକ ଏସବୁ ଦେଖି ବାଟକାଟି ଚାଲିଯାଇଥିଲେ । ହେଲେ ଚନ୍ଦକା ଗାଁର ଦୁଇ ଯୁବକ ପହଞ୍ଚି ପ୍ରେମୀ ଯୁଗଳଙ୍କୁ କାଚ ବାଡ଼େଇ ଡାକିଲେ । ସର୍ବସାଧାରଣ ଯାତାୟତ ବାଟରେ ଏପରି ନକରିବାକୁ ବାରଣ ମଧ୍ୟ କରିଥିଲେ । ହେଲେ ପ୍ରେମୀ ଯୁଗଳ ଓଲଟି ଦୁଇ ଯୁବକଙ୍କୁ ଧମକ ଦେବା ସହ ଗାଳିଗୁଲଜ କରିଥିଲେ । କାର ଭିତରେ ଥିବା ଯୁବକ ଜଣକ ମଦ ପିଇଥିଲେ ବୋଲି ଯୁବକ ମାନେ କହିଛନ୍ତି ।

ବାରଣ ନମାନିବାରୁ ଏଥିରେ ଦୁଇ ଯୁବକ ଉତ୍‌କ୍ଷିପ୍ତ ହୋଇ କାର୍ ଭିତରେ ଥିବା ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ପରେ ପ୍ରେମୀ ଯୁଗଳ ଉପସ୍ଥିତ ଲୋକଙ୍କ ଆଗରେ ନେହୁରା ହୋଇ କ୍ଷମା ମାଗିବା ପରେ ମାମଲା ଶାନ୍ତ ପଡ଼ିଥିଲା । ପରେ ସେମାନେ ଘଟଣା ସ୍ଥଳରୁ କାର ନେଇ ଚମ୍ପଟ ମାରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୁଲିସ ପାଖରେ କୌଣସି ଅଭିଯୋଗ ହୋଇନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.