ଘରର କେଉଁଠି ଲଗାଇବେ ଘଣ୍ଟା .... ଜାଣିରଖନ୍ତୁ, ନ ହେଲେ ର୍ଦୁଭାଗ୍ୟ ବି ଆପଣଙ୍କର ପିଛା ଛାଡ଼ିବନି

Published By : Prameya-News7 Bureau | January 25, 2019 IST

ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର କି ବାସ୍ତୁକୁ ବିଶ୍ଵାସ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏହି ଗୁରୁତ୍ଵପୂର୍ଣ୍ଣ ଖବର । ନହେଲେ ଆପଣ ବି ଭୂଲରେ ଏପରି କାମ କରିବେ ଯାହା , ଆପଣଙ୍କ ପିଛା ଛାଡ଼ିବନି ର୍ଦୁଭାଗ୍ୟ ।

{"id":78044}

ବାସ୍ତୁକୁ ବିଶ୍ଵାସର ସହ ଆଜିର ପ୍ରାୟ ଅଧିକାଂଶଲୋକ ଭରସା ରଖିଥାନ୍ତି ।

ବାସ୍ତୁଶାସ୍ତ୍ରରେ ଘଣ୍ଟା ଟାଙ୍ଗିବାର ମଧ୍ୟ ନୀତିନିୟମ ରହିଛି । କେଉଁଠି ଟାଙ୍ଗିଲେ କି ଫଳ ମିଳିବ ତାହା ଜାଣି ରଖିବା ଦରକାର ।

ଘରେ ଭାଙ୍ଗିଯାଇଥିବା  କିମ୍ବା ବନ୍ଦ ହୋଇଥିବା ଘଣ୍ଟା ରଖନ୍ତୁ ନାହିଁ । ଏହାଦ୍ଵାରା ନକରାତ୍ମକ ବିଚାରଧାରା ଆପଣଙ୍କୁ କବଳିତ କରିବ ।

ବାସ୍ତୁ ଅନୁସାରେ ଦକ୍ଷିଣଦିଗ ହେଉଛି ଯମଙ୍କର ଦିଗ । ଆପଣ ଦକ୍ଷିଣ ଦିଗରେ ଥିବା ଦୁଆର କିମ୍ବା କାନ୍ଥରେ ଘଣ୍ଟା ଲଗାଉଛନ୍ତି ମାନେ ର୍ଦୁଭାଗ୍ୟକୁ ଡ଼ାକି ଆଣୁଛନ୍ତି । ଏହାଦ୍ଵାରା ଘରର ମୁଖିଆଙ୍କ ସ୍ଵାସ୍ଥ୍ୟ ଖରାପ ହେବା ସହିତ କେହିକେହି ବି ମୃତ୍ୟୁମୁଖରେ ପଡ଼ିପାରନ୍ତି । ଆପଣଙ୍କୁ ଆର୍ଥିକ ସମସ୍ୟା ଭିତର ଦେଇ ଗତିକରିବାକୁ ପଡ଼ିପାରେ ।

ଘରର ଦୁଆର ବନ୍ଧ ଉପରେ ଲଗାନ୍ତୁ ନାହିଁ ଘଣ୍ଟା । କାରଣ ଏହାଦ୍ଵାରା  ଆପଣଙ୍କର ଅନେକ ଅସୁବିଧା ଦେଖାଯାଇପାରେ । ଘରର ମୁଖ୍ୟଦ୍ଵାର ନେଗେଟିଭ ଏନର୍ଜି ଚଳପ୍ରଚଳ କରୁଥିବାର ଆଶଙ୍କା ଥିବାରୁ ପରିବାର ପ୍ରତି ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ ।

ଆପଣ ଘର ଭିତରେ ପୂର୍ବ, ପଶ୍ଚିମ,ଉତ୍ତରଦିଗରେ ଲଗାନ୍ତୁ । ଏହାଦ୍ଵାରା ସୁଖ,ସମୃଦ୍ଧି, ଭଲପାଇବା ବଜାଇ ରଖିପାରିବେ ।

ପୂର୍ବଦିଗରେ ଲଗାଇଲେ ବାତାବରଣ ଅନୂକୂଳ ରହିବା ସହିତ ପରସ୍ପର ମଧ୍ୟରେ ସଂପର୍କ ସୁଦୃଢ଼ ହୋଇପାରିବ ।

ପଶ୍ଚିମଦିଗରେ ଲଗାଇଲେ ପାରିବାରିକ ବୁଝାମଣା ଠିକ ରହିବା ସହିତ ସୌନ୍ଦର୍ଯ୍ୟର ନୂତନ ଅବସର ମିଳିପାରିବ ।

ଉତ୍ତରଦିଗରେ ଲଗାଇଲେ ପରିବାରରେ ଧନକ୍ଷୟରୁ ରକ୍ଷା କରିବା ସହ ନୂଆ ରୋଜଗାରର ବାଟ ଫିଟାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.