Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

କରୋନା ଉପରେ ଖୁସିଖବର: ଦୁଇଟି ଦେଶୀ ଟୀକାର ହେବ ମାନବ ପରୀକ୍ଷଣ, ମୂଷା ଓ ଘୁଷୁରିଠାରେ ହୋଇ ସାରିଛି ସଫଳ ପରୀକ୍ଷା

14/07/2020 at 5:49 PM

ନୂଆଦିଲ୍ଲୀ ୧୪।୦୭: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ICMR) ଆଜି ଦେଶକୁ ବଡ ଖୁସି ଖବର ଦେଇଛି। ଆଇସିଏମଆର କୋଭିଡ୍-୧୯ ପାଇଁ ଦୁଇଟି ଦେଶୀ ଭାକସିନର ପରୀକ୍ଷଣକୁ ଆଗକୁ ବଢାଇଛି। ଏହା ପୂର୍ବରୁ ଭାକସିନ୍‌ର ମୂଷା ଓ ଘୁଷୁରିଙ୍କ ଉପରେ ପରୀକ୍ଷଣ ସଫଳ ରହିଛି। ଆଇସିଏମଆର ମହାନିର୍ଦ୍ଦେଶକ ଡ.ବଳରାମ ଭାର୍ଗବ କରୋନା ଉପରେ ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି, ଅଧ୍ୟୟନର ତଥ୍ୟ ଦେଶର ଡ୍ରଗ କଣ୍ଟ୍ରୋଲର ଜେନେରାଲ(DGCI) ପାଖକୁ ପଠାଇ ଦିଆଯାଇଛି ଏବଂ ସେଠାରୁ ଭାକସିନର ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି।

ସେ କହିଛନ୍ତି, ଚଳିତ ମାସରେ ପ୍ରାରମ୍ଭିକ ପର୍ଯ୍ୟାୟର ପରୀକ୍ଷଣ ଲାଗି ଅନୁମତି ମିଳିଛି। ଦୁଇଟି ଟୀକା ପାଇଁ ପରୀକ୍ଷଣର ପ୍ରସ୍ତୁତି ପୂରା ହୋଇ ସାରିଛି ଏବଂ ଦୁଇ ଭାକସିନ ପାଇଁ ୧-୧ ହଜାର ଲୋକଙ୍କ ଉପରେ ଏହାର କ୍ଲିନିକଲ ଅଧ୍ୟୟନ କରାଯାଉଛି। ଭାର୍ଗବ ଆଉ ଏକ ବଡ ସୂଚନା ଦେଇ କହିଛନ୍ତି, ଦୁନିଆରେ ବ୍ୟବହୃତ ୬୦ ପ୍ରତିଶତ ଭାକସିନ ଭାରତରେ ହିଁ ପ୍ରସ୍ତୁତ ହୋଇଥାଏ। ଏହା ଦୁନିଆର ସମସ୍ତ ଦେଶକୁ ଜଣା। ଏଥିପାଇଁ ସମସ୍ତେ ଭାରତର ଯୋଗାଯୋଗରେ ଅଛନ୍ତି।

ଭାର୍ଗବ କହିଛନ୍ତି, ରୁଷ ମଧ୍ୟ ଭାକସିନର ପ୍ରସ୍ତୁତି ପ୍ରକ୍ରିୟାକୁ ଜୋରଦାର କରିଛି ଏବଂ ପ୍ରାଥମିକ ପର୍ଯ୍ୟାୟରେ ସଫଳତା ମଧ୍ୟ ମିଳିଛି। ଚୀନ ମଧ୍ୟ ଜୋରସୋରରେ ଭାକସିନ ପ୍ରସ୍ତୁତିରେ ଲାଗି ପଡିଛି। ଏବେ ପୂରା ଦୁନିଆରେ ଭାକସିନ ଉପରେ ବଡ ଅଧ୍ୟୟନ ଚଳାଇଛନ୍ତି। ସେ କହିଛନ୍ତି ଆମେରିକା ମଧ୍ୟ ଦୁଇଟି ଭାକସିନର ପ୍ରସ୍ତୁତି କାମକୁ ଜୋରଦାର କରିଛି। ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭର୍ସିଟି ସଭିଙ୍କଠୁ କିଛିଟା ଆଗରେ ରହିଥିବା ସେ କହିଛନ୍ତି।

   Related Posts