ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ନାହିଁ, ପଶ୍ଚିମ ଓଡିଶା ପାଇଁ ପାଣିପାଗ ବିଭାଗ ଜାରି କଲା ରେଡ ୱାର୍ଣ୍ଣିଂ

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର୧୫|୫: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି । ତତଲା କଡେଇରେ ସିଝୁଛି ସାରା ଓଡିଶା । ବିଶେଷ ଭାବେ ପଶ୍ଚିମ ଓଡିଶା ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡା ଜିଲ୍ଲା ପାଇଁ ରେଡ ଆଲର୍ଟ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବାର ଅନୁମାନ କରାଯାଉଛି ।

{"id":112172,"width":595,"height":334}

କିଛିଦିନ ପୂର୍ବରୁ ବାତ୍ୟା ଫୋନି ଉପକୂଳ ଓଡିଶା ସ୍ଥିତିକୁ ସଂଙ୍ଗୀନ କରିଥିଲା । ଆଉ ଫୋନି ପରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ପାଇଁ  ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ।  ରାଜ୍ୟର ଅଧିକାଶଂ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି ।

{"id":112173,"width":594,"height":334}

 ବଡ କଥା ହେଉଛି ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ମଧ୍ୟ ୨୫ଡିଗ୍ରୀ ସେଲସିୟସ ଉପରେ । ସେପଟେ ଆସନ୍ତା ୧୭ ଓ ୧୮ତାରିଖରେ ରେଡ୍‌ ଆଲର୍ଟ ୱାର୍ଣିଂ ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡଶାରେ ୨ରୁ ୩ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦେଇଛି  ।

{"id":112174,"width":596,"height":335}

ସେପଟେ ମେ ମାସରେ କାଳ ବୈଶାଖୀ ବର୍ଷା ପୁରା ଉଭାନ । ଚଳିତ ବର୍ଷ ବାତ୍ୟା ଫୋନି ପରେ କାଳବୈଶାଖୀ ପୁରା ଉଭେଇ ଯାଇଛି । ଗତବର୍ଷ ଏହିସମୟ ମାନଙ୍କରେ ବାରମ୍ବାର କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରାରେ ସନ୍ତୁଳନ ସ୍ଥିତିରେ ରହିଥିଲା । ଏବେ ଉତ୍ତର ପଶ୍ଚିମ ଦିଗରୁ ଗରମ ହାୱା ଅନୁଭୁତ ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ଏବେ ଆଦ୍ରତା ସାଙ୍କକୁ ତାପମାତ୍ରା ବୃଦ୍ଧି ଲୋକଙ୍କୁ ଅଧିକ କଷ୍ଟ ଦେଉଛି । ଆସନ୍ତା ୫ ଦିନ ପଯ୍ୟନ୍ତ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବାର ନାହଁ । ଆଣ୍ଡାମାନ ନିକେ।ବର ଦ୍ବୀପପୁଞ୍ଜକୁ ଚଳିତ ମାସ୧୮ କିମ୍ବା ୧୯ ରେ ଛୁଇଁବ ମୌସୁମୀ । ଆଉ ଜୁନ୍‌ ୬ ବେଳକୁ କେରଳରେ ମୌସୁମୀ ବାୟୁ ପହଞ୍ଚିବ ନେଇ ସ୍କାଇମେଟ୍‌ ପୂର୍ବାନୁମାନ କରିଛି । ତେବେ ଓଡିଶା ଉପକୂଳକୁ ମୌସୁମୀ କେବେ ଛୁଇଁବ ତାହା ଏଯାଏ ସ୍ପଷ୍ଟ ହୋଇନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.