Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ, ସମୁଦ୍ର ଗର୍ଭରେ ଲୀନ ହୋଇପାରେ ଲାକ୍ଷାଦ୍ବୀପ

19/06/2021 at 8:48 PM

ନୂଆଦିଲ୍ଲୀ ୧୯/୬: ବିଶ୍ବର ସବୁଠୁ ସୁନ୍ଦର ଦ୍ବୀପ ଭାବେ ଜଣାଶୁଣା ଲାକ୍ଷାଦ୍ବୀପକୁ ନେଇ ଆସିଛି ଅବିଶ୍ବସନୀୟ ଖବର। ଏବେ ଏହି ଦ୍ବୀପ ସମୂହ ଲକ୍ଷାଦ୍ବୀପ ସମୁଦ୍ରରେ ଡୁବିଯିବାକୁ ବସିଛି । ନିକଟରେ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରତିବର୍ଷ ସମୁଦ୍ରର ଜଳସ୍ତର ୦.୪ ମିମିରୁ ୦.୯ ମିମି ପର୍ଯ୍ୟନ୍ତ ବଢ଼ିବ। ଏମିତି ଘଟିଲେ ଧିରେ ଧିରେ ଦ୍ବୀପ ମଧ୍ୟ ବୁଡ଼ିଯିବ ।

ସବୁଜ ଗୃହ ପ୍ରଭାବ ଯୋଗୁଁ ହେଉଥିବା ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏନେଇ ମିଳିତ ଭାବେ ତଥ୍ୟ ପ୍ରକାଶ କରିଛନ୍ତି ଡିପାର୍ଟମେଣ୍ଟ ଅଫ ଆର୍କିଟେକ୍ଚର ଆଣ୍ଡ ରିଜିଓନାଲ୍‌ ପ୍ଲାନିଂ, ଡିପାର୍ଟମେଣ୍ଟ ଅଫ ଓସେନ୍‌ ଇଞ୍ଜିନିୟରିଂ ଆଣ୍ଡ ନାଭାଲ୍‌ ଆର୍କିଟେକ୍‌ଚର , ଆଇଆଇଟି ଖଡ଼ଗପୁର ଏବଂ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ ସାଣ୍ଡ ଆଣ୍ଡ ଟେକନୋଲୋଜି । 

ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ନେଇ ହୋଇଥିବା ଗବେଷଣାରେ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁଯାୟୀ ଚେତଲାଟ ଏବଂ ଅମିନୀ ଭଳି ଦ୍ବୀପରେ ବଡ଼ କ୍ଷତି ହେବାର ଆଶଙ୍କା ରହିଛି।

ପ୍ରୋଜେକ୍ସନ ମ୍ୟାପିଂ ଅନୁସାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଦର୍ଶାଉଛି, ସମୁଦ୍ରର ଜଳସ୍ତର ବୃଦ୍ଧି ହେବା ଦ୍ବାରା ଅମିନୀ ଦ୍ବୀପର ୬୦-୭୦ ପ୍ରତିଶତ ଏବଂ ଚେତଲାଟର ୭୦-୮୦ ପ୍ରତିଶତ ଲୀନ ହୋଇଯିବ। ଏହା ସହ ଲାକ୍ଷାଦ୍ବୀପର ରାଜଧାନୀ କବର୍ତ୍ତୀର ପ୍ରାୟ ୬୦ ପ୍ରତିଶତ ସ୍ଥଳଭାଗ ସମୁଦ୍ର ଗର୍ଭକୁ ଚାଲିଯିବ ।

   Related Posts