Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଅଜବ ସର୍ତ୍ତ : ଶିକ୍ଷୟିତ୍ରୀଙ୍କୁ ଚାକିରି ଫେରି ପାଇବା ପାଇଁ ଇଜ୍ଜତ ବିକ୍ରି ପାଇଁ ପ୍ରସ୍ତାବ !

1/09/2019 at 5:23 PM

ରାୟଗଡା ୧।୯: ଚାକିରି ଫେରି ପାଇବାକୁ ହେଲେ ଇଜ୍ଜତ ବିକ୍ରି କରିବାକୁ ହେବ । ଜଣେ ନିଲମ୍ବିତ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଚାକିରି ଫେରାଇ ଦେବା ପାଇଁ ଏଭଳି ଛାତିଥରା ସର୍ତ୍ତ ରଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ । ରାୟଗଡ଼ା ଜିଲ୍ଲାରୁ ଏଭଳି ଜଘନ୍ୟ ଅଭିଯୋଗ ଆସିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଶିକ୍ଷୟିତ୍ରୀ ।

ଚାକିରି  ଫେରିପାଇବାକୁ ସର୍ତ୍ତ। ଆସ ଦେଢ଼ ଘଣ୍ଟା ରହି ଚାଲିଯିବ। ଜଣେ ନିଲମ୍ବିତ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ଏମିତି କିଛି ପ୍ରସ୍ତାବ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ । ଏବେ ଫୋନ୍‌ରେ ହୋଇଥିବା ଏହି ବାର୍ତ୍ତାଳପକୁ ଶିକ୍ଷୟତ୍ରୀ ଜଣଙ୍କ ପ୍ରମାଣ ସ୍ୱରୂପ ପ୍ରଦାନ କରିଛନ୍ତି । ଗଣମାଧ୍ୟମରେ ବି ଏହି ଅଡିଓ ପ୍ରସାରିତ ହୋଇଛି ।

କୌଣସି ଏକ ମାମଲାରେ ହାଇସ୍କୁଲରେ କାର୍ଯ୍ୟରତ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ମାର୍ଚ୍ଚ ୨୬ ତାରିଖରେ ନିଲମ୍ବିତ କରାଯାଇଥିଲା। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ଦୁଇଦିନ ପରେ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କିରାଣୀ ବାବୁ ସବୁ ଠିକଠାକ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ଖର୍ଚ୍ଚ ପାଇଁ ଟଙ୍କା ଦାବି କରିଥିଲେ । ଏହା ଅନୁଯାୟୀ ଶିକ୍ଷୟିତ୍ରୀଙ୍କ ସ୍ବାମୀ ୧୦ ହଜାର ଟଙ୍କା ଦେବା ପରେ ଏପ୍ରିଲ ୨୯ରେ ପ୍ରୋସିଡ଼ିଂ ନିର୍ଦ୍ଦେଶ ମିଳିଲା । ହେଲେ ତାପରେ ତଦନ୍ତ ନାଁରେ ଦିନ ଗଡିଚାଲିଲା । କିଛି ଦିନପରେ କିରାଣୀ ବାବୁ ନିଜ ଘରକୁ ଡାକି ଅଶ୍ଲୀଳ ଇଙ୍ଗିତ କରିଥିଲେ । ଫୋନକରି ଶାରିରୀକ ସମ୍ପର୍କ ପାଇଁ ଡାକିଥିଲେ । ଏନେଇ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କୁ ସମସ୍ତ ଘଟଣା ଜଣାଇବା ସହ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଜିଲ୍ଲାପାଳ   ଏକ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

ଏହି ଘଟଣାରେ କେବଳ ସଂପୃକ୍ତ କିରାଣୀ ସାମିଲ ଅଛନ୍ତି, ନା ଆଉ କିଏ ସବୁ ଅଛନ୍ତି ତାର ତଦନ୍ତ କରିବାକୁ ମଧ୍ୟ ଦାବି ହେଉଛି । 

   Related Posts