Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଗିରଫ ହେଲା ରସିକିଆ କିରାଣୀ, ଜାଣନ୍ତୁ କାହିଁକି

1/09/2019 at 8:20 PM

ରାୟଗଡା ୧।୯: ରାୟଗଡାର ରସିକିଆ କିରାଣୀକୁ ପୁଲିସ ଗିରଫ କରିଛି । କିରାଣୀ ସତ୍ୟ ନାରାୟଣ ବିଶୋୟୀକୁ ପୁଲିସ ଗିରଫ କରିଛି । ଏହି କିରାଣୀ ଜଣେ ଶିକ୍ଷୟିତ୍ରୀଙ୍କ ସହ ଅଜବ ସର୍ତ୍ତ ରଖିଥିଲା ।ଚାକିରି ଫେରି ପାଇବାକୁ ହେଲେ ଇଜ୍ଜତ ବିକ୍ରି କରିବାକୁ ହେବ । ଜଣେ ନିଲମ୍ବିତ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଚାକିରି ଫେରାଇ ଦେବା ପାଇଁ ଏଭଳି ଛାତିଥରା ସର୍ତ୍ତ ରଖିଥିଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ । ରାୟଗଡ଼ା ଜିଲ୍ଲାରୁ ଏଭଳି ଜଘନ୍ୟ ଅଭିଯୋଗ ଆସିଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ ଜଣେ ଶିକ୍ଷୟିତ୍ରୀ ।
ରସିକିଆ କିରାଣୀ ରଖିଥିଲା ଏପରି ସର୍ତ୍ତ-
ଚାକିରି ଫେରିପାଇବାକୁ ସର୍ତ୍ତ। ଆସ ଦେଢ଼ ଘଣ୍ଟା ରହି ଚାଲିଯିବ। ଜଣେ ନିଲମ୍ବିତ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ଏମିତି କିଛି ପ୍ରସ୍ତାବ ଦେଇଥିଲେ , ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ । ଏବେ ଫୋନ୍‌ରେ ହୋଇଥିବା ଏହି ବାର୍ତ୍ତାଳପକୁ ଶିକ୍ଷୟତ୍ରୀ ଜଣଙ୍କ ପ୍ରମାଣ ସ୍ୱରୂପ ପ୍ରଦାନ କରିଛନ୍ତି । ଗଣମାଧ୍ୟମରେ ବି ଏହି ଅଡିଓ ପ୍ରସାରିତ ହୋଇଛି ।

କୌଣସି ଏକ ମାମଲାରେ ହାଇସ୍କୁଲରେ କାର୍ଯ୍ୟରତ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ମାର୍ଚ୍ଚ ୨୬ ତାରିଖରେ ନିଲମ୍ବିତ କରାଯାଇଥିଲା। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ଦୁଇଦିନ ପରେ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କିରାଣୀ ବାବୁ ସବୁ ଠିକଠାକ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ଖର୍ଚ୍ଚ ପାଇଁ ଟଙ୍କା ଦାବି କରିଥିଲେ । ଏହା ଅନୁଯାୟୀ ଶିକ୍ଷୟିତ୍ରୀଙ୍କ ସ୍ବାମୀ ୧୦ ହଜାର ଟଙ୍କା ଦେବା ପରେ ଏପ୍ରିଲ ୨୯ରେ ପ୍ରୋସିଡ଼ିଂ ନିର୍ଦ୍ଦେଶ ମିଳିଲା । ହେଲେ ତାପରେ ତଦନ୍ତ ନାଁରେ ଦିନ ଗଡିଚାଲିଲା । କିଛି ଦିନପରେ କିରାଣୀ ବାବୁ ନିଜ ଘରକୁ ଡାକି ଅଶ୍ଲୀଳ ଇଙ୍ଗିତ କରିଥିଲେ । ଫୋନକରି ଶାରିରୀକ ସମ୍ପର୍କ ପାଇଁ ଡାକିଥିଲେ । ଏନେଇ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କୁ ସମସ୍ତ ଘଟଣା ଜଣାଇବା ସହ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଜିଲ୍ଲାପାଳ ଏକ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କିରାଣୀକୁ ଗିରଫ କରାଯାଇଛି ।

   Related Posts