Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବଦଳିବ ପୁରୀ ଚେହେରା : ସବୁଜ ଓ ଐତିହ୍ୟ ପୁରୀ ପାଇଁ ନକ୍ସା ପ୍ରସ୍ତୁତ

17/08/2019 at 1:15 PM

ପୁରୀ ୧୭|୮: ବଦଳିବ ପୁରୀ ଚେହେରା । ଶ୍ରୀମନ୍ଦିର ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି । ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ସହ ଏହାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମେଘନାଦ ପାଚେରୀ ଚାରିପାଖରୁ ୭୫ମିଟର ପରିଧିରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ ହେବ । ହଟିବ ସରକାରୀ, ଘରୋଇ କାର୍ଯ୍ୟାଳୟ, ବାସଗୃହ ଏବଂ ଦୋକାନ । ସବୁଜ ଓ ଐତିହ୍ୟ ପୁରୀ ପାଇଁ ଯୋଜନା ପ୍ରସ୍ତୁତ ହେବ । ନିର୍ମାଣ ହେବ ଐତିହ୍ୟ କରିଡର ଏବଂ ସଂଗ୍ରହାଳୟ । ୨୬୫କୋଟି ଟଙ୍କା ମଞ୍ଜୁର କରାଯିବା ସହ ସବୁଜ ଓ ଐତିହ୍ୟ ପୁରୀ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ବଡଦାଣ୍ଡକୁ ଅବରୋଧମୁକ୍ତ କରାଯିବ ।

କ୍ୟାବିନେଟ୍ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକ ଆକଳନ ଅନୁଯାୟୀ ୪ ଶହରୁ ଅଧିକ ଦୋକାନ, ୧୫୦ ଘର ଓ ୧୨ ଟି ପୁରାତନ ମଠ ମନ୍ଦିରକୁ ଉଚ୍ଛେଦ କରିବାକୁ ପଡ଼ିବ। ପୁରାତନ ଏମାର ମଠ, ଲଂଗୁଳି ମଠ, ବଡ଼ ଆଖଡ଼ା ମଠ, ସାନଛତା ମଠ ସହ କାକୁଡ଼ି ଖାଇ, ବାସେଳୀ ଠାକୁରାଣୀ, କପାଳ ମୋଚନ ମନ୍ଦିର ଭଳି ଅନେକ ପୁରାତନ ଐତିହ୍ୟ ଲୋପ ପାଇପାରେ ।

ଗତ ୨୦୧୫ ମସିହାରେ ଶ୍ରୀମନ୍ଦିର ଚାରିପାଖର ୩୦ ଫୁଟ ପର୍ଯ୍ୟନ୍ତ ନିର୍ମାଣ ଭଙ୍ଗାଯିବା ବେଳେ ୮୯ ଟି କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଏବେ ପୁଣି ଉଚ୍ଛେଦ ନିଷ୍ପତ୍ତି ପରେ ପୁରୀରେ ବଡ଼ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।

   Related Posts