ସଫେଇରେ ଲାଗିଛନ୍ତି ଡାକ୍ତର, ଯବାନ, ଶିକ୍ଷକ ଓ ଛାତ୍ରଛାତ୍ରୀ

Published By : Prameya-News7 Bureau | October 21, 2019 IST

ଲମତାପୁଟ ୨୧।୧୦- ଅଭିନବ ପଦକ୍ଷେପ । ପରିମଳ ବ୍ୟବସ୍ଥା ସୁଧାରିବାକୁ ଆଗେଇ ଆସିଲେ ଡାକ୍ତର, ଯବାନ, ଶିକ୍ଷକ ଓ ଛାତ୍ରଛାତ୍ରୀ । ଜିଲ୍ଲା ପ୍ରଶାସନକୁ ଅପେକ୍ଷା ନକରି ନିଜ ଅଞ୍ଚଳକୁ ଆବର୍ଜନା ମୁକ୍ତ କରିଛନ୍ତି ।

ଚାଲିଛି ସଫେଇ ଅଭିଯାନ ।ସଫେଇରେ ଲାଗିଛନ୍ତି ଡାକ୍ତର, ଯବାନ, ଶିକ୍ଷକ ଓ ଛାତ୍ରଛାତ୍ରୀ । ଏ ଦୃଶ୍ୟ ହେଉଛି ଲମତାପୁଟ ସହରର । ପ୍ରଥମେ ସହରରକୁ ଆବର୍ଜନା ମୁକ୍ତ କରିବାକୁ ଯେ।ଜନା କରିଥିଲେ ଆଶାକିରଣ ହସପିଟାଲ କର୍ତ୍ତୃପକ୍ଷ ଓ ଆଶାକିରଣ ସେ।ସାଇଟି କର୍ମଚାରୀ। ଏଥି ପାଇଁ ମାଳିପୁଟ ପ୍ରକଳ୍ପ ବିଦ୍ୟାଳୟ, ଡିଗ୍ରୀ କଲେଜ ଓ ଲମତାପୁଟ ୧୫ ନମ୍ବର ବିଏସଏଫ ବାଟାଲିୟନର ସହେଯ।ଗ ଲେ।ଡିଥିଲେ । ଆଉ ଏଭଳି ଏକ ମହତ୍ ଉଦେଶ୍ୟକୁ ସମର୍ଥନ ଦେଇଥିଲେ ସମସ୍ତେ ।ଆଉ ଏକାଠି ହେ।ଇ ସହରକୁ ସଫା କରିଛନ୍ତି । ଏଥି ସହ ସହରକୁ ପଲିଥିନ୍ ମୁକ୍ତ କରିବାକୁ ଦେଇଛନ୍ତି ସଚେତନତାର ବାର୍ତ୍ତା ।

{"id":172845}

ଲମତାପୁଟର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଥିଲା ।ଚାରିଆଡେ କୁଢ କୁଢ ଅଳିଆ ଆବର୍ଜନା ପଡିରହିଥିଲା । ଏହାକୁ ନେଇ ଅତିଷ୍ଠ ହେ।ଇପଡିଥିଲେ ସହରବାସୀ । ତେବେ ବ୍ଲକ ପ୍ରଶାସନ ସବୁ ଦୋକାନ ଆଗରେ ଡଷ୍ଟବିନ୍ ରଖିବା ସହ ସପ୍ତାହକୁ ଦୁଇଥର ଡ୍ରେନ ସଫେଇ କରିବକାକୁ ଦାବି ହେ।ଇଛି ।

ଯେଉଁ କାମ ପ୍ରଶାସନ କରିବା କଥା ତାକୁ କରିଦେଖାଇଛନ୍ତି  ଡାକ୍ତର, ଶିକ୍ଷକ ଯବାନ ଓ ଛାତ୍ରଛାତ୍ରୀ । ତାହା ପ୍ରଶଂସନୀୟ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.