Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫେଇ ପାଇଁ ଗଠନ ହେଲା “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ”

3/08/2019 at 12:47 PM

ଭୁବନେଶ୍ୱର୩|୮:  ଭୁବନେଶ୍ବର ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଆଉ ଅପରିଷ୍କାର ଓ ଅଳିଆ ଆବର୍ଜନା ହୋଇ ପଡ଼ି ରହିବନି। ପୂଜ୍ୟପୂଜା ଲାଗି ସରକାରଙ୍କ ଦୟାକୁ ବି ଅପେକ୍ଷା କରାଯିବ ନାହିଁ । ରାଜଧାନୀରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ପ୍ରତି ସପ୍ତାହର ରବିବାର ଦିନ ପରିଷ୍କାର ପରିଚ୍ଛନ କରାଯିବ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଗଠିତ ହୋଇଛି “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ” । ପ୍ରତି ରବିବାର ପୂଣ୍ୟାତ୍ମାଙ୍କ ପାଇଁ ବୁଲି ବୁଲି ନାରା ଦେଇଛି ଏହି ଅଭିଯାନ । ପ୍ରତି ରବିବାର ସକାଳ ୮ଟାରୁ ୧୦ଟା ଯାଏଁ ରାଜଧାନୀରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ଚାରିପାଖ ସଫେଇ ସହିତ ସ୍ମୃତିଚାରଣ କରାଯିବ । ଏଥିଲାଗି ସଂସ୍କୃତିପ୍ରାଣ ସ୍ୱେଚ୍ଛାସେବୀମାନଙ୍କୁ ଏକାଠି କରାଯିବ ।

ଆଜିର ପ୍ରଥମ ଦିନରେ ଭୁବନେଶ୍ୱରର ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ସ୍ଥଳ ସଫେଇ କରିବା ସହ ସେହି ପରିବେଶରେ ବଉଳ ଓ ସେବତୀ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି ଯେ, ପୂଜ୍ୟପୂଜା ହେଉଛି ଓଡ଼ିଶାର ପାତାଳଭେଦୀ ସଂସ୍କୃତି । ଯେଉଁ ଜାତି ନିଜର ପୂର୍ବଜ ତଥା ମହାପୁରୁଷମାନଙ୍କୁ ଉଚିତ୍ ସମ୍ମାନ ଦିଏ ସେ ଜାତି ସେତେ ଅଧିକ ସମୃଦ୍ଧ ହୁଏ । ହେଲେ ଏବେ ଦେଖା ଯାଉଛି, ଅନେକ ସ୍ଥାନରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତ ନିର୍ମାଣ ହେଉଛି ହେଲେ ତାହାର ଉଚିତ୍ ରକ୍ଷଣାବେକ୍ଷଣ କରାଯାଉ ନାହିଁ ।

ଅପରିଷ୍କାର ଓ ଅସନା ମଧ୍ୟରେ ମହାମନିଷୀମାନଙ୍କୁ ରହିବାକୁ ହେଉଛି । ଯାହା ଅତ୍ୟନ୍ତ ଦୁଃଖର ବିଷୟ । ସେହି ଦିଗରେ “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ” କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଯେଉଁମାନେ ବି ଏଭଳି ମହତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ଆସନ୍ତା ରବିବାର ସକାଳ ୮ ଘଣ୍ଟା ସମୟରେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଉପସ୍ଥିତ ରହିବାକୁ କାର୍ଯ୍ୟକ୍ରମର ସଂଯୋଜକ ଯୁବ ସାମ୍ବାଦିକ କିଶନ ବାରାଇ ଅନୁରୋଧ କରିଛନ୍ତି ।

 ଆଜି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମରେ ଅଭିଯାନର ସଦସ୍ୟ ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ମୋହନ ବଳିସିଂହରାୟ, ବିଶ୍ୱଜିତ ସ୍ୱାଇଁ, ଡମ୍ବୁରୁଧର ହରଣସିଂହ, ସାଧୁଚରଣ ବେହେରା, ବିଶ୍ୱନାଥ ପ୍ରଧାନ, ନାରାୟଣ ଖୁଣ୍ଟିଆ, ଅସିତ ଦାସ, ବେଣୁଧର ହରିଚନ୍ଦନ, ନବକିଶୋର ପ୍ରଧାନ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରୁପମା ମଲ୍ଲିକ, ସୁନିତା ସେନାପତି, ବିଶ୍ୱରଂଜନ ରାଉତ, ସଂଜୀବ ପଣ୍ଡା, ଶିବଶଙ୍କର ଡାକୁଆ, ଉମାକାନ୍ତ ସାହୁ, ଅରବିନ୍ଦ ତ୍ରିପାଠୀ, ଅଲେଖ ଜେନା, ଦାସରଥି ଜେନା, ନିରଂଜନ ସାହୁ, ଲକ୍ଷ୍ମଣ ଦାଶ, ଦିପକ ସାହୁ, ଶିବ ପ୍ରସାଦ ସାହୁ, ବାବୁଲା କୁମାର ଧଳ, ଦିପ୍ତିରଂଦନ ରାଉତ, ବିଶ୍ୱସ୍ମିନି ସେନାପତି ପ୍ରମୁଖ ଯୋଗ ଦେଇ ଶ୍ରମଦାନ କରିଥିଲେ ।

   Related Posts