କିନ୍ନରଙ୍କ ହାତରେ ସହରର ସଫେଇ କାମ, ଏଣିକି ବ୍ୟାଟେରି ଚାଳିତ ଯାନରେ ଅଳିଆ ସଂଗ୍ରହ କରିବ ବଲାଙ୍ଗୀର ପୌରପରିଷଦ

Published By : Prameya-News7 Bureau | February 27, 2021 IST

ବଲାଙ୍ଗୀର ୨୭।୦୨: ଏଣିକି ସଫେଇ କାମ କରିବେ କିନ୍ନର । ବ୍ୟାଟେରି ଚାଳିତ ଯାନରେ ସହରର ଲୋକଙ୍କ ଠାରୁ ଅଳିଆ ଗାଡିରେ ଆଣି ଡମ୍ପିଂୟାର୍ଡରେ ପହଞ୍ଚାଇବେ । ଯାହାର ଶୁଭାରମ୍ଭ ଆଜି ହୋଇଛି । ସହରର ସମସ୍ତ ଓ୍ୱାର୍ଡରୁ ଏହି ସଂଗ୍ରହ କରାଯିବ । ଯାହାକି ସ୍ୱଚ୍ଛତା ଦିଗରେ ଆଉ ଏକ ପାଦ ବୋଲି ପୌର ପରିଷଦ କହିଛି ।

{"id":415502,"sizeSlug":"large","linkDestination":"none"}

ବଲାଙ୍ଗୀର ପୌର ପରିଷଦରେ ୨୧ ଟି ଓ୍ବାର୍ଡରେ ଏହି ଗାଡି ବୁଲିବା ସହ ଅଳିଆ ସଂହଗ୍ର କରିବ । ପ୍ରଥମ ପର୍ଯ୍ୟାୟରେ ୨୪ଟି ଗାଡି ଅଣାଯିବାର ରହିଛି ବେଳେ ଆଜି ୪ଟିର ଶୁଭାରମ୍ଭ ହୋଇଛି । ୭୦ ଜଣ କିନ୍ନରଙ୍କୁ ଏହି କାମରେ ରେଜିଷ୍ଟ୍ରେସନ କରାଯାଇଛି । କିନ୍ତୁ ବର୍ତ୍ତମାନ ୮ ଜଣଙ୍କୁ ନିୟୋଜିତ କରାଯିବା ସହ କାମ ଆରମ୍ଭ କରାଯାଇଛି। ଜଣେ ଗାଡି ଚାଳକ ଓ ଅନ୍ୟ ଜଣେ ହେଲପର ଭାବରେ କାମ କରିବେ । ପ୍ରତିଦିନ ୩୨୦ ଟଙ୍କା ହିସାବରେ କିନ୍ନରଙ୍କୁ  ଦିଆଯିବା । ଏହାଦ୍ୱାରା ସେମାନ ଦୁଇ ପଇସା ରୋଜଗାର କରିବାର ସୁଯୋଗ ପାଇଛନ୍ତି । ତେବେ ଆଗାମି ଦିନରେ ଏ ଆଉ ନୂତନ ଢଙ୍ଗରେ କାମ କରାଯିବା ସହ ଗୀତ ଓ ମାଇକ ମାଧ୍ୟମରେ ଲୋକଙ୍କ ଘର ସମ୍ମୁଖରେ ଅଳିଆ ସଂଗ୍ରହ ପାଇଁ ଯୋଜନା କରାଯାଉଛି ।

ବଲାଙ୍ଗୀର ସହରରେ ଅଳିଆ ସଫେଇ ହଉ କି ସ୍ବଚ୍ଛତା କୁ ନେଇ କଥା ହଉ ସବୁବେଳେ ନିରାଶ ଜନକ ମନ୍ତବ୍ୟ ମିଳିଥାଏ। ତେବେ ଏଭଳି ଏକ ନୂତନ ଯୋଜନା କେତେଦୁର କାମ କରିବ ।  କିନ୍ନର ମାନଙ୍କୁ ଏଭଳି ଏକ ଯୋଜନାରେ ସାମିଲ କରି ସମାଜର ମୁଖ୍ୟ ଧାରାରେ ସାମିଲ କରିବା ଯୋଜନା,  କେତେ ସୁଫଳ ହେଉଛି ତାହା ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.