ବାଲଟି ଏବଂ ମଗ ଅପରିଷ୍କାର ହୋଇଯାଇଛି କି ? ତେବେ ବିନା ପରିଶ୍ରମରେ ଏହି ଉପାୟରେ କରନ୍ତୁ ସଫା

Published By : Prameya-News7 Bureau | September 08, 2019 IST

 ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପ୍ଲାଷ୍ଟିକ୍ ବାଲଟି ଏବଂ ମଗ ବ୍ୟବହାର କରାଯାଇଥାଏ। କିନ୍ତୁ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଏହା ମଇଳା ହୋଇଯାଇଥାଏ ଏବଂ ସହଜରେ ଛାଡ଼ିନଥାଏ। ପ୍ଲାଷ୍ଟିକ୍ ବାଲତି କିମ୍ବା ମଗ ସଫା କରିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଅବଲମ୍ବନ କରିବା ଦ୍ବାରା ଆପଣଙ୍କ ଘରର ପ୍ଲାଷ୍ଟିକ୍ ବାଲତି ଏବଂ ମଗ ଆପଣ ସହଜରେ ସଫା କରି ପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ ବରଂ ଏହାକୁ ସଫା କରିବାକୁ ଆପଣଙ୍କୁ ମାତ୍ର ୫ମିନିଟ୍ ଲାଗିବ।

{"id":154786,"width":569,"height":306}

ମଇଳା ପ୍ଲାଷ୍ଟିକ୍ ବାଲଟି କିମ୍ବା ମଗ ସଫା କରିବା ପାଇଁ ଆପଣ ଏକ ଟୟେଲେଟ୍ କ୍ଲିନର ନିଅନ୍ତୁ,ଆପଣ ଚାହିଁଲେ ହାରପିକର ବ୍ୟବହାର ମଧ୍ୟ କରି ପାରିବେ। ଏବେ ଅପରିଷ୍କାର ବାଲଟିର ଉପରେ ଏବଂ ତଳେ ସବୁ ଜାଗାରେ ହାରପିକ୍ କ୍ଲିନରର କିଛି ବୁନ୍ଦା ପକାନ୍ତୁ। ତା’ପରେ ଏହାକୁ ବ୍ରସ୍ ଦ୍ବାରା ରଗଡ଼ି ସଫା କରନ୍ତୁ। କିନ୍ତୁ ଗୋଟିଏ କଥା ପ୍ରତି ଧ୍ୟାନ ରଖନ୍ତୁ ଯେ ଅଧିକ ଜୋରରେ ରଗଡ଼ନ୍ତୁ ନାହିଁ ନଚେତ୍ ଆପଣଙ୍କ ବାଲଟି କିମ୍ବା ଜଗ୍ ସ୍କ୍ରାଚ୍ ହୋଇଯିବ।

{"id":154787,"width":583,"height":316}

ମଗର ହ୍ୟାଣ୍ଡଲ୍ ଏବଂ କୋଣକୁ ସଫା କରିବା ପାଇଁ ଆପଣ ଟୁଥବ୍ରଶ୍ ବ୍ୟବହାର କରି ପାରିବେ। ଏଥିରେ ଅଳ୍ପ ହାରପିକ୍ କ୍ଲିନର ଲଗାନ୍ତୁ ଏବଂ ଏହି ମଗର କୋଣରେ ରଗଡ଼ି ସଫା କରନ୍ତୁ। ଏହା ସଫା ହୋଇଗଲେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଯଦି ଆପଣଙ୍କ ବାଲ୍ଟି କିମ୍ବା ମଗରୁ ହାରପିକର ଗନ୍ଧ ଆସୁଛି ତେବେ ଆପଣ ଯେକୌଣସି ବାସନମଜା ପାଉଡର ​‌ନିଅନ୍ତୁ ଏବଂ ଏହାକୁ ମଗ ଏବଂ ବାଲଟିର ଚାରି ଆଡ଼େ ଲଗାଇ ଦିଅନ୍ତୁ ଏବଂ ହାଲୁକାଭାବେ ଏହାକୁ ରଗଡ଼ି ସଫା କରନ୍ତୁ ଏବେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ।

{"id":154789,"width":589,"height":359}

ଏବେ ମଗ କିମ୍ବା ବାଲଟିର ଭିତରେ ହାରପିକର ଗନ୍ଧ ଆସିବ ନାହିଁ,ପାଣିରେ ଧୋଇବା ପରେ ପ୍ଲାଷ୍ଟିକ ବାଲଟି କିମ୍ବା ମଗକୁ କିଛି ସମୟ ଖରାରେ ଶୁଖାଇଦିଅନ୍ତୁ। ଏବେ ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ ବାଲଟି ଏବଂ ମଗ ପୂର୍ବଭଳି ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.