Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଦୂରଦର୍ଶନରେ ପଢାଯିବ ଦଶମ ଶ୍ରେଣୀ ପାଠ

18/04/2020 at 3:03 PM

ଭୁବନେଶ୍ବର୧୭/୪: ଦୂରଦର୍ଶନରେ ପଢାଯିବ ଦଶମ ଶ୍ରେଣୀ ପାଠ । ଲକ୍ ଡାଉନ୍ ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏଜୁସାଟ୍ କ୍ଲାସର ରେକର୍ଡ ଭିଡିଓ ମାଧ୍ୟମରେ ପାଠ ପଢିବେ । ଡିଡି ଓଡ଼ିଆରେ ଦିନକୁ ଦୁଇ ଥର ଘଣ୍ଟାଏ ଲେଖାଏଁ ଏହି ଭିଡିଓ ପ୍ରସାରିତ ହେବ । ସୋମବାରରୁ ଶୁକ୍ରବାର ଦିନ ୧୧ଟାରୁ ୧୨ଟା, ଦିନ ସାଢେ ୩ଟାରୁ ସାଢେ ୪ଟା ଯାଏଁ ଏହା ପ୍ରସାରିତ ହେବ । ଗଣିତ, ଇଂରାଜୀ, ଭୁଗୋଳ, SCP, SCL ପାଠ୍ୟକ୍ରମ ପ୍ରସାରଣ କରାଯିବ ।

ସେହିପରି ଏପ୍ରିଲ ୨୦ରୁ ମେ ୧୨ ମଧ୍ୟରେ ୩୪ଟି ରେକର୍ଡିଂ ପ୍ରସାରିତ ହେବ । ଭିଡିଓ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଅବଗତ କରାଇବାକୁ ନିର୍ଦ୍ଦେଶ । ଲକ୍ ଡାଉନ୍ ପାଇଁ ଜୁନ୍ ୧୭ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଳାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀ ମଧୁ ଓ ଦୀକ୍ଷା ଆପ ଜରିଆରେ ପାଠ ପଢିପାରିବେ । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଯୋଡି ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

   Related Posts