ଜବରଦସ୍ତି ଛାତ୍ରୀଙ୍କ ଲେଗିଙ୍ଗସ ଖୋଲିଲେ କ୍ଲାସ୍ ଟିଚର : ତା’ପରେ…

Published By : Prameya-News7 Bureau | November 21, 2019 IST

କୋଲକାତା ୨୧/୧୧: ପଶ୍ଚିମବଙ୍ଗର ଏକ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରୀଙ୍କୁ ଜବରଦସ୍ତି ଲେଗିଙ୍ଗସ୍ ଖୋଲି ଦିଆଯିବାର ଅଭିଯୋଗ ହୋଇଛି। ଏହି ଛାତ୍ରୀଙ୍କ ଲେଗିଙ୍ଗସ ରଙ୍ଗ ସ୍କୁଲ୍ ଡ୍ରେସ୍ ସହ ମ୍ୟାଚ୍ କରୁନଥିଲା।

ଛାତ୍ରୀଙ୍କ ମାଆ ବାପାଙ୍କ କହିବା ଅନୁସାରେ ପାଞ୍ଚ ବର୍ଷରୁ ୯ବର୍ଷର ପିଲାମାନେ ଶୀତ ଦିନେ ସ୍କୁଲରେ ଲେଗିଙ୍ଗସ୍ ପିନ୍ଧି ଯାଉଥିଲେ, ଯାହା ଦ୍ବାରା ଗୋଡ଼ ଥଣ୍ଡାରୁ ରକ୍ଷା ପାଇବ। ଗତ ସୋମବାର ଅଧିକ ଶୀତ ପଡ଼ିଥିବାରୁ ଅଧିକାଂଶ ଛାତ୍ରୀମାନେ ସ୍କୁଲ୍ ଡ୍ରେସ୍ ସହ ଲେଗିଙ୍ଗସ୍ ପିନ୍ଧି ଯାଇଥିଲେ।

ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ବାପା କହିଥିଲେ ଯେ ତାଙ୍କ ଝିଅ ସ୍କୁଲରୁ ଫେରିବା ପରେ ତାଙ୍କ ଗୋଡ଼ରୁ ଲେଗିଙ୍ଗସ୍ ଗାୟବ ଥିଲା। ଏହା ପରେ ସେ ଝିଅଙ୍କୁ ପଚାରିବାରୁ ଛାତ୍ରୀ କହିଥିଲେ ଶ୍ରେଣୀ ଶିକ୍ଷୟିତ୍ରୀ ଖେଳଛୁଟିରେ ଜବରଦସ୍ତି ତାଙ୍କ ଲେଗିଙ୍ଗସ ଖୋଲି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.