Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଖାମଖିଆଲ ସ୍କୁଲ କର୍ତ୍ତୃପକ୍ଷ : ପ୍ରଥମ ଶ୍ରେଣୀ ଛାତ୍ର ପାଇଖାନାରେ ଥିବାବେଳେ ସ୍କୁଲରେ ପଡିଲା ତାଲା, ତାପରେ…

12/09/2019 at 2:14 PM

ବାଲେଶ୍ବର ୧୨।୯: ଖାମ ଖିଆଲ ସ୍କୁଲ ଶିକ୍ଷକ ଓ ପିଅନ। ପ୍ରଥମ ଶ୍ରେଣୀ ଛାତ୍ର ପାଇଖାନାରେ ଥିବାବେଳେ ସ୍କୁଲରେ ପଡିଲା ତାଲା । ସ୍କୁଲ ଛୁଟି ହେବାର ୨ ଘଂଟା ପରେ ଗ୍ରାମବାସୀଙ୍କ ସହାୟତାରେ ସ୍କୁଲରୁ ମୁକ୍ତ ହେଲା ପ୍ରଥମ ଶ୍ରେଣୀର ଛାତ୍ର। 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ସହରର ମଠସାହି ୟୁଜିଏମଇ ସ୍କୁଲରେ ଗତକାଲି ଘଟିଛି ଏକ ଅଭାବନୀୟ ଘଟଣା। ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ଅମର ପ୍ରତ୍ୟେକ ଦିନ ଭଳି କାଲି ମଧ୍ୟ ସ୍କୁଲକୁ ଆସିଥିଲେ । ୪ଟାରେ ସ୍କୁଲ ଛୁଟି ହେଲା । ପିଲାଟି ସ୍କୁଲ ଛୁଟି ପୂର୍ବରୁ ପାଇଖାନାକୁ ଯାଇଥିବା ବେଳେ ସ୍କୁଲ ଛୁଟି ହୋଇଯିବାରୁ ସମସ୍ତେ ସ୍କୁଲ ଗେଟରେ ତାଲା ପକାଇ ପଳାଇ ଯାଇଥିଲେ । ପିଲାଟି ସ୍କୁଲ ଭିତରେ ରହି କାନ୍ଦୁଥାଏ । ସେଠାରେ ଥିବା ଦୋକାନୀମାନେ ପିଲାଟି ସ୍କୁଲ ଭିତରେ ରହିଥିବାର ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକେ ସେଠାରେ ଥିବା ଅସ୍ଥାୟୀ ପିଅନକୁ ଡାକି ତାଲା ଖୋଲିବା ପରେ ପିଲାଟିକୁ ସ୍କୁଲରୁ ବାହାର କରି ଘରକୁ ପଠାଇଥିଲେ । ହେଲେ ପିଲାଟି ତାଙ୍କର ବହି ବସ୍ତାନି ଆଉ ନେଇ ପାରିନଥିଲେ । ଆଜି ସେ ତାଙ୍କର ବସ୍ତାନି ପାଇଛି। ପିଲାର ବାପା ଅନେକ ଖୋଜା ଖୋଜି କରିବା ପରେ ପିଲାଟିକୁ ପାଇନଥିଲେ । ସ୍କୁଲ କର୍ତ୍ତୃପକ୍ଷକଙ୍କର ଏ ପ୍ରକାର ଖାମ ଖିଆଲି ନୀତିକୁ ସମସ୍ତେ ନିନ୍ଦା କରିଛନ୍ତି ।

   Related Posts