ଭଦ୍ରକ ବିଜେପି ଦୁଇ ଫାଳ ; ବନ୍ଧୁ ମିଳନ ବେଳେ ସଂଘର୍ଷ
15/06/2018 at 11:34 AM

ବିଜେପିର ବଂଧୁ ମିଳନ ବଳେ ସଂଘର୍ଷ । ଭଦ୍ରକ ବିଧାନସଭା ନିର୍ବ।ଚନ ମଣ୍ଡଳୀର ବିଜେପି ଟିକେଟ ପାଇଁ ଦୁଇ ଆଶାୟୀ ପ୍ରାର୍ଥୀ ଆଜି ମୁହାଁ ମୁହିଁ ହୋଇଛନ୍ତି । ପୁଣି ରାଜ୍ୟ ନେତୃବୃନ୍ଧଙ୍କ ଉପସ୍ଥିତିରେ । ଭଦ୍ରକର ବିଜେପି ନେତା ତୁଷାର ଜେନା ଦୌପଦୀ କଲ୍ୟାଣ ମଣ୍ଡପ ପରିସରରେ ଏକ ବଂଧୁ ମିଳନର ଆୟୋଜନ କରିଥିଲେ । ବିଜେପିର ବରିଷ୍ଠ ନେତା ମୁରଲୀ ଶର୍ମ। ଓ ପଂଚାନନ ରାଉତ ଏଥିରେ ଯୋଗ ଦେଇଥିଲେ । ଉତ୍ସବ ଚାଲିଥିବା ବଳେ ସ୍ଥାନୀୟ ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ ନିଜ ସମର୍ଥକଙ୍କ ସହ ସେଠାରେ ପହଂଚି ଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତା ହାତି ହୋଇଥିଲା । ଆଉ ଭୁବନେଶ୍ବରରୁ ଆସିଥିବା ଦୁଇ ନେତା ଘଟଣା ସ୍ଥଳରୁ ବାହାରିବା ପାଇଁ ନାକେଦମ ହୋଇ ପଡିଥିଲେ । ଭଦ୍ରକରେ ବିଜେପିର ସଙ୍ଗଠନ ସୁଦୃଢ ନଥିବା ବଳେ ବିଜେପି ଦୁଇ ଫାଳ ହୋଇ ଗଲାଣି ବୋଲି ଚର୍ଚ୍ଚା ହେଉଛି ।