୧୪ ବର୍ଷ ବୟସରେ କମ୍ପାନୀ ଖୋଲିଲେ ଅମର: ଲୋକଙ୍କୁ ଚାକିରୀ ଦେଇ ରଖିଲେ ନାଁ

Published By : Prameya-News7 Bureau | November 03, 2020 IST

ଗୋରଖପୁର ୦୩/୧୧ : ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ସ୍ବପ୍ନ ଭାଙ୍ଗି ଯାଇଛି। ଲକଡାଉନ୍ ଅନେକ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କିନ୍ତୁ କିଛି ଲୋକ ନିଜ ସ୍ବପ୍ନ ପୁରା ମଧ୍ୟ କରିଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟ ଅମରଙ୍କ ସ୍ବପ୍ନ ତାଙ୍କୁ ଏତେ କମ ବୟସରେ ତାଙ୍କୁ ଛୋଟ ବ୍ୟବସାୟୀ କରିଦେଇଛି। ଲକଡାଉନ ସମୟରେ ଅମର ବଲ୍ବ ତିଆରି କରିବା ଟ୍ରେନିଂ ନେଇଥିଲେ ଓ ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ କମ୍ପାନୀ ଖୋଲି ୪ଜଣଙ୍କୁ କାମ ମଧ୍ୟ ଦେଇଛନ୍ତି। ଗୋରଖପୁର ସିଭିଲ ଲାଇନରେ ରହୁଥିବା ରମେଶ କୁମାର ପ୍ରଜାପତିଙ୍କ ପୁଅ ଅମର ପ୍ରଜାପତି ଆରପିଏମ ଏକାଡେମୀରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ପିଲା ଦିନ ତାଙ୍କ ସ୍ବପ୍ନ ସେ ବୈଜ୍ଞାନିକ ହେବେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନରୁ ବହୁତ ପ୍ରଭାବିତ ବୋଲି କହିଛନ୍ତି। ସେ ଭାରତରୁ ଚାଇନା ବଜାର ସମାପ୍ତ କରିବାକୁ ଚାହୁଁଛନ୍ତି। ଲକଡାଉନ୍ ସମୟରେ ଏଲଇଡ଼ି ଲାଇଟ ତିଆରି କରିବା ଟ୍ରେନିଂ ନେବା ପାଇଁ ଇଛୁକ ବୋଲି ନିଜ ବାପାଙ୍କୁ କହିଥିଲେ। ବାପା ଅମରଙ୍କ କଥାରେ ରାଜି ହେଲେ।

{"id":355531,"sizeSlug":"large"}

ଏପ୍ରିଲରେ ଅମର ଉଦ୍ୟୋଗୀ ବିବେକ ସିଂହଙ୍କ ଠାରୁ ୫ ପ୍ରକାର ଏଲଇଡ଼ି ତିଆରି କରିବା ମାତ୍ର ୫ ଦିନରେ ଶିଖିଥିଲେ। ସେ ୭ ୱାଟ୍, ୯ ୱାଟ୍ ଓ ଛୋଟ ଟ୍ୟୁବ, ସିଲିଂ ଡେକୋରେଟିଙ୍ଗ ଲାଇଟ ଓ ଲଣ୍ଠନ ତିଆରି କରନ୍ତି। ୯ ୱାଟ୍ ବଲ୍ବ କରେଣ୍ଟ ଯିବାର ୩ ଘଣ୍ଟା ଯାଏଁ ପ୍ରକାଶ ଦେଇଥାଏ। ଅମର ବିବେକ ସିଂହଙ୍କ ସନ୍ଥରୁ କଞ୍ଚାମାଲ ଆଣନ୍ତି। ଏହାପରେ ସେ ଘରେ ଲାଇଟ ତିଆରି କରିବା ଆରମ୍ଭ କରିଥିଲେ। ଆରମ୍ଭରେ ସେ କମ୍ ସଂଖ୍ୟାରେ ବଲ୍ବ ତିଆରି କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ଦିନକୁ ୫୦୦ ରୁ ୭୦୦ ବଲ୍ବ ତିଆରି କରୁଛନ୍ତି। ସେ ଜୀବନ ପ୍ରକାଶ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ୍ ନାଁରେ କମ୍ପାନୀ ପଞ୍ଜିକୃତ କରିଛନ୍ତି । ସେ ନିଜ କମ୍ପାନୀରେ ୪ଜଣଙ୍କୁ କାମ ମଧ୍ୟ ଦେଇଛନ୍ତି। 

{"id":355537,"sizeSlug":"large"}

ଅମର କହିଛନ୍ତି ଯେ ଏଥିପାଇଁ ତାଙ୍କ ବାପା ମା' ତାଙ୍କୁ ପୁରା ସହଯୋଗ କରିଛନ୍ତି। ଆରମ୍ଭରେ ସେ ୨ ଲକ୍ଷ ଟଙ୍କାରେ କମ୍ପାନୀ ଆରମ୍ଭ କରିଥିଲେ ଓ ବର୍ତ୍ତମାନ କମ୍ପାନୀରେ ୮ ଲକ୍ଷ ଟଙ୍କା ଇନଭେଷ୍ଟ କରିସାରିଛନ୍ତି। ଏବେ ସୁଦ୍ଧା ସେ ୫ ଲକ୍ଷ ଟଙ୍କାର ମାଲ ବିକ୍ରି କରି ଅଢେଇ ଲକ୍ଷ ଟଙ୍କା ଲାଭ ମଧ୍ୟ ପାଇଛନ୍ତି। ଅନଲାଇନ୍ କ୍ଲାସ୍ ଯୋଗୁଁ ସେ ୧୨ଟା ଯାଏଁ ପାଠ ପଢ଼ନ୍ତି। ୧୨ଟା ପରେ କାମରେ ଲାଗିଯାଆନ୍ତି। ତାଙ୍କ କମ୍ପାନୀର ମ୍ୟାନେଜିଂଗ ଡ଼ାଇରେକ୍ଟର ତାଙ୍କ ମା' ସୁମନ। ପାଠପଢା ସାରିବା ପରେ ସେ ନିଜ ମା'ଙ୍କ ଦେଖରେଖରେ ନୂଆ କର୍ମଚାରୀଙ୍କୁ କାମ ଶିଖାଉଛନ୍ତି। ଦଶମ ଶ୍ରେଣୀରେ ପଢ଼ୁଥିବା ଭଉଣୀ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିବା ସାନ ଭାଇ ବି ତାଙ୍କୁ ଏହି କାମ ପାଇଁ ତାଙ୍କୁ ବହୁତ ସହଯୋଗ କରିଛନ୍ତି।

{"id":355532,"sizeSlug":"large"}

ଅମରଙ୍କ କମ୍ପାନୀ ଜୀବନ ପ୍ରକାଶଙ୍କ ମ୍ୟାନେଜର ମଞ୍ଜେସ କୁମାର ଶର୍ମା ଓ ଲାର୍ମଚାରୀ ଭବେଶ କୁମାର ପ୍ରଜାପତି କହିଛନ୍ତି ଯେ, ଲକଡାଉନରେ ଅମର ଏଲଇଡ଼ି ଲାଇଟ୍ ତିଆରି କରିବା ଶିଖିଲେ। ଅମରଙ୍କ ପିତା କହିଛନ୍ତି ଯେ ଲକଡାଉନ ସମୟରେ ଯେତେବେଳେ ଲୋକଙ୍କ ଚାକିରୀରୁ ଛଟେଇ କରାଯାଉଥିଲା, ଲୋକେ କାମ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ସେତେବେଳେ ଅମର କାମ ଶିଖି ଲୋକଙ୍କୁ କାମ ଦେଇଥିଲେ। ଆଜି ସମସ୍ତଙ୍କ ପରିଶ୍ରମ ଯୋଗୁଁ କମ୍ପାନୀ ଭଲ ଚାଲିଛି ବୋଲି ସେ କହିଛନ୍ତି। ସେ ଏହି କମ୍ପାନୀକୁ ବହୁତ ଆଗକୁ ନେଇଯିବାକୁ ଚାହୁଁଛନ୍ତି ଯେପରିକି ତାଙ୍କ ପ୍ରଡକ୍ଟ ସହର ବାହାରକୁ ମଧ୍ୟ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.