Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

‘ମୋ ବାପା ଆମ ପାଖରେ ରହୁ ନାହାନ୍ତି, ମୋ ମଧ୍ୟାହ୍ନ ଭୋଜନ ହଡପ କରି ନେଉଛନ୍ତି’ ୧୦ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲା କୁନି ଝିଅ

17/11/2020 at 5:31 PM

କେନ୍ଦ୍ରାପଡା ୧୭।୧୧: ନିଜ ଅଧିକାରକୁ ହଡପ କରୁଥିବା ବାପା ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଷଷ୍ଠ ଶ୍ରେଣୀ ଝିଅ। ଏପରିକି ସୋମବାର ୧୦ କିମି ପାଦରେ  ଚାଲି ଚାଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାହାସର ସହ ବାପାଙ୍କ ବିରୋଧରେ ଜିଲ୍ଲାପାଳଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି କୁନି ଝିଅ। ଏହି ଘଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସହିତ ପୂରା କେନ୍ଦ୍ରାପଡା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଝିଅର ଏହି ସାହାସକୁ ଦେଖି ଜିଲ୍ଲାପାଳଙ୍କ ସହିତ ଅନ୍ୟ ଅଧିକାରୀ ମଧ୍ୟ ଚକିତ।

ଝିଅଟି ଜିଲ୍ଲାପାଳଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି ଯେ, ତା ବାପା ମଧ୍ୟାହ୍ନଭୋଜନରେ ମିଳୁଥିବା ଚାଉଳ ଓ ଟଙ୍କାକୁ ହଡପ କରି ନେଉଛନ୍ତି। ବାପା ବିରୁଦ୍ଧରେ ଝିଅଟିର ଲିଖିତ ଅଭିଯୋଗ ଗ୍ରହଣ କରି ଜିଲ୍ଲାପାଳ ସମର୍ଥ ବର୍ମା  ଝିଅ ପାଖକୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବା ସହିତ ତା ବାପା ନେଇଥିବା ସମସ୍ତ ଚାଉଳ ଓ ଟଙ୍କା ଆଣି ଝିଅକୁ ଦେବାକୁ ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  

ଉଲ୍ଲେଖନୀୟ ଲକ୍‌ଡାଉନ୍ ଆରମ୍ଭ ହେବା ପରଠୁ ରାଜ୍ୟ ସରକାର ପ୍ରତ୍ୟେକ ଛାତ୍ର-ଛାତ୍ରୀଙ୍କ ବ୍ୟାଙ୍କ ଆକଉଣ୍ଟରେ ଦୈନିକ ୮ ଟଙ୍କା ପଠାଉଛନ୍ତି। ଯଦି ଲାଭାର୍ଥୀଙ୍କ ପାଖରେ କୌଣସି ଅଭିବାବକ ନାହାନ୍ତି, ତେବେ ମଧ୍ୟାହ୍ନ ଭୋଜନ ଯୋଜନା ଆଧାରେ ପ୍ରତି ଦିନ ୧୫୦ ଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି।

ଝିଅ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି, ହେଲେ ମଧ୍ୟାହ୍ନ ଭୋଜନ ସୁବିଧା ସହିତ ମିଳୁଥିବା ଟଙ୍କା ବରାବର ତାଙ୍କ ବାପାଙ୍କ ଆକାଉଣ୍ଟ ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି। ଝିଅ ସହିତ ରହୁନଥିଲେ ବି, ବାପା ସ୍କୁଲ ଯାଇ ଝିଅ ନାଁରେ ସବୁ ଚାଉଳ ସଂଗ୍ରହ କରି ନେଇ ଯାଉଥିଲେ। ଦୁଇ ବର୍ଷ ପୂର୍ବେ ଝିଅର ମାଙ୍କ ମୃତ୍ୟୁ ପରେ ତାରି ବାପା ଦ୍ଵିତୀୟ ବିବାହ କରିଥିଲେ। ୨୦୧୯ରେ ତାଙ୍କୁ ଘରୁ ତଡି ଦିଆଯାଇଥିଲା। ସେହି ଦିନଠୁ କୁନି ଝିଅଟି ନିଜ ମାମୁଙ୍କ ଘରେ ରହି ଆସୁଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆମେ ସମସ୍ତ ଟଙ୍କା ଝିଅଟିର ଆକାଉଣ୍ଟରେ ଜମା କରିବୁ ଏବଂ କାର୍ଯ୍ୟାନୁଷ୍ଠାନ ନେଇ ତା ବାପା ଯେତେ ଅର୍ଥ ନେଇଛି ସମସ୍ତ  ଆଦାୟ କରିବୁ ବୋଲି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ କହିଛନ୍ତି। ମଧ୍ୟାହ୍ନ ଭୋଜନରେ ମିଳୁଥିବା  ଚାଉଳକୁ ସିଧାସଳଖ ଝିଅକୁ ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

   Related Posts