ଗାନ୍ଧୀ ଜୟନ୍ତିରେ ଗାନ୍ଧୀଗିରି ; ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ କଲେ ଛଟେଇ କର୍ମଚାରୀ

Published By : Prameya-News7 Bureau | October 02, 2018 IST

କଳାହାଣ୍ଡି ୨/୧୦ : କଳାହାଣ୍ଡି ଜିଲ୍ଲା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛଟେଇ କର୍ମଚାରୀ ଆରମ୍ଭ କରିଛନ୍ତି ଅଭିନବ ପ୍ରତିବାଦ । ଦିର୍ଘ ଦିନ ଧରି ପୁନଃ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରି ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପ୍ରତିଶୃତି ପରେ ମଧ୍ୟ ପୁନଃ ନିଯୁକ୍ତି କରୁନାହିଁ । ଫଳରେ ଆଜିଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସଫେଇ କରି ଜିଲ୍ଲା ପ୍ରସାଶନକୁ ଦାବି ପୁରଣ ପାଇଁ ମନେ ପକେଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । କଳାହାଣ୍ଡି ଜିଲ୍ଲାପାଲ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଦିନ ଗୋଟିଏ କାର୍ଯ୍ୟାଳୟ ସଫେଇ କରି ଗାନ୍ଧିଗିରି ଜରିଆରେ ଦାବି ହାସଲ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.