ପାଣି ପାଇଁ କଳିରୁ ବୁଲିଲା ଟାଙ୍ଗିଆ, ଗଡିଲା ୨ ଜଣଙ୍କ ମୁଣ୍ଡ, ଅନ୍ୟ ଦୁଇ ଗୁରୁତର ଆହତ
23/01/2021 at 8:58 PM

ବଲାଙ୍ଗୀର ୨୩।୦୧: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ପାଣିମଡାକୁ ନେଇ ଘଟିଛି ଭୟଙ୍କର ରକ୍ତାକ୍ତ ସଂଘର୍ଷ। ଏତେ ଭୟଙ୍କର ଯେ ସେଥିରେ ଦୁଇଟି ମୁଣ୍ଡ ଗଡିଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୁଗ ବାଡିରେ ପାଣି ମଡାକୁ ନେଇ କଳି ହେଲା। କଥା କଟାକଟିରୁ ଘଟିଲା ବିଭତ୍ସ ହତ୍ୟାକାଣ୍ଡ। ଦୁଇ ମୃତକ ହେଲେ ଶ୍ରୀପତି ଭେସ୍ରା ଓ ଧନମତ ରାଉତ। ଗୁରୁତର ଆହତ ଦୁଇ ଜଣ ହେଲେ କର୍ମ ସୁନା ଓ ବ୍ରହ୍ମା ସୁନା । ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରାଯାଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।
ସାମାନ୍ୟ କଥାରୁ ସ୍ଥିତି ହେଲା ସାଙ୍ଘାତିକ। ବଲାଂଗୀର ଦେଓଗାଁ ଥାନା ଜରାସିଂଘା ଗାଁରେ ଶନିବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା। ସେହି ଗାଁ ର ଶ୍ରୀପତି ଭେସ୍ରା ଓ ଧନମତ ରାଉତ ମଧ୍ୟରେ ପାଣି କଟା କୁ ନେଇ ପାଟି ତୁଣ୍ଡରୁ ଆରମ୍ଭ ହେଲା କଳି। ଉଭୟ ଙ୍କ ମଧ୍ୟରେ ମାରପିଟ୍ ଲାଗିଗଲା। ହଠାତ୍ ଶ୍ରୀପତି ଭେସ୍ରା ହାତରେ ଧରିଥିବା ଏକ ଟାଙ୍ଗିଆ ରେ ଧନମତ ରାଉତ କୁ ଆକ୍ରମଣ କରିଥିଲା। ପାଲଟା ଆକ୍ରମଣ କରିଥିଲା ଧନମତ । ଘଟଣାସ୍ଥଳରେ ଉପସ୍ଥିତ ଥିବା କର୍ମ ସୁନା ଓ ବ୍ରାମହା ସୁନା ସେମାନଙ୍କୁ ଅଟକାଇବାକୁ ଯାଇଥିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ତେବେ ଘଟଣାସ୍ଥଳରେ ଶ୍ରୀପତି ଓ ଧନମତଙ୍କ ମୃତ୍ୟୁ ଘଟିଥିବା ବେଳେ କର୍ମ ଓ ବ୍ରାମହା ଗୁରୁତର ହୋଇଥିଲେ। ଦୁଇ ଗୁରୁତରଙ୍କୁ ବଲାଂଗୀର ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇଟି ଯାକ ମୃତ ଦେହକୁ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାର ପୋଷ୍ଟମଟର୍ମ ଗୃହରେ ରଖାଯାଇଛି। ଏ ନେଇ ଦେଇଗାଁ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିବା ବେଳେ ୫ ଜଣକୁ ଅଟକ ରଖିଛି।