ମଦ ପାଇଁ ମହାଭାରତ: ଗତକାଲିର ଗଣ୍ଡଗୋଳ ଆଜି ଧାରଣ କରିଛି ଉଗ୍ରରୂପ

Published By : Prameya-News7 Bureau | January 03, 2021 IST

କେନ୍ଦ୍ରାପଡା୩/୧: ଗତକାଲି ରାତିରେ ଚୋରା ମଦ କାରବାରକୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।  କେନ୍ଦ୍ରାପଡା ଜିଲ୍ଲା ପାଟକୁରାଥାନା ଅନ୍ତର୍ଗତ ତେଣ୍ଡାକୁଡ ପଞ୍ଚାୟତର ସାଇଫନ୍ ଛକରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗତକାଲିର ଗଣ୍ଡଗୋଳ ଆଜି ଥମିବା ବଦଳରେ ପୁଣି ଉଗ୍ରରୂପ ଧାରଣ କରିଛି।

ମିଳିଥିବା ସୂଚନା ମୁତାବକ, ସାଇଫନ ଛକରେ ସ୍ଥାନୀୟ ଏକ ଗୋଷ୍ଠୀର ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପାଟକୁରା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛି। ଏହି ଉତ୍ତେଜନା ପଛରେ ଚୋରା ମଦ କାରବାର ଘଟଣା ରହିଥିବା କୁହାଯାଉଛି। ଗତକାଲି ରାତିରେ କିଛି ଯୁବକ ଜଣେ ଚୋରାମଦ ବେପାରୀଙ୍କ ଠାରୁ ମଦ କିଣିବାକୁ ଆସିଥିଲେ।

ଚୋରାମଦ ବ୍ୟବସାୟୀ ଜଣଙ୍କ ଚଢ଼ା ଦରରେ ମଦ ବିକ୍ରି କରୁଥିଲେ। ଏହି ଘଟଣାକୁ ଯୁବକମାନେ ସଙ୍ଘବଦ୍ଧ ଭାବେ ଆସିି ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ବଚସାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଲୁହାରଡ୍ ରେ ପିଟାମରା ହୋଇଥିଲା । ଏହି ଘଟଣାରେ ସଚୀ ବେହେରା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାଟି ଏବେ ସମ୍ବେଦନଶୀଳ ହେବାକୁ ଲାଗିଛି। ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ବୃଦ୍ଧି ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.