Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା: ବିଲ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ୨ ଗୋଷ୍ଠୀ ମୁହାଁମୁହିଁ

15/01/2021 at 2:12 PM

ଭଦ୍ରକ୧୫/୧: ବିଲ ବଣ୍ଟନ ବେ​ଳେ ୨ ଗୋଷ୍ଠୀ ମୁହାଁମୁହିଁ। ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା। ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସୁଥିବା କାର୍ଯ୍ୟ ପାଇଁ ବିଲ ବଣ୍ଟନ ବେଳେ ପାତରଅନ୍ତର ଅଭିଯୋଗରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ବିରୋଧୀଦଳ ଉପନେତା ଓ ବ୍ଲକ ଚେୟାରମ୍ୟାନଙ୍କ ଉପସ୍ଥିତିରେ ଠେଲପେଲା ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ଉନୟନ୍ନମୂଳକ କାର୍ଯ୍ୟକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତିର ବୈଠକ ବ୍ଲକ ହଲରେ ଆୟୋଜିତ ହୋଇଥିଲା। ଏହି ବୈଠକର ଆରମ୍ଭରୁ ଗୋଟିଏ ପକ୍ଷର ସଦସ୍ୟମାନେ ହଟଗୋଳ ଆରମ୍ଭ କରିଥିଲେ। ପରେ ଉଭୟ ପକ୍ଷ ସମ୍ନାସାମ୍ନୀ ହୋଇଛନ୍ତି। ତେବେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଟଙ୍କା ଆସିଥିଲା।ପରବର୍ତ୍ତୀ ସମୟରେ କାର୍ଯ୍ୟ ବଣ୍ଟନ ବେଳେ ପାତରଅନ୍ତର ଆଣିଥିଲା ବିଜେପି। ଏ ନେଇ ବିଜେପିର ସମିତିସଭ୍ୟମାନେ ଧାରଣାରେ ବସିଥିଲେ । ଏବେ ପଞ୍ଚାୟତ ସମିତି ବୈଠକରେ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠି, ବ୍ଲକ ଅଧକ୍ଷ ଅଶୋକ ନାୟକ, ସାଂସଦଙ୍କ ପ୍ରତିନିଧି ଓ ବିଡ଼ିଓଙ୍କ ଉପସ୍ଥିତିରେ ମୁଁହାମୁହିଁ ହୋଇଛନ୍ତି ।

   Related Posts