ମାଛ ଧରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବୋମା ମାଡ, ୫ ଗୁରୁତର
27/12/2020 at 3:40 PM

ଡେଲାଙ୍ଗ୨୭/୧୨: ମାଛ ଧରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବୋମା ମାଡ। କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନାଇକୁଳ ପାଟଣାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାଇକୁଳ ପାଟଣା ଓ ଜାଗୁଳାଇ ପଦର ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଏତେ ମାତ୍ରାରେ ବଢ଼ି ଯାଇଥିଲା। ପରେ ୨ ଗୋଷ୍ଠୀ ମଧ୍ୟରେ ବୋମା ମାଡ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।

ଗୁରୁତରମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଡିଶାଗୋଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଛି। ବର୍ତ୍ତମାନ ପରିସ୍ଥିତି ଶାନ୍ତି ଶୃଙ୍ଖଳା ଥିବା ଜଣାପଡିଛି।
Related Posts
କ୍ରିକେଟ୍ ମଇଦାନରେ ମର୍ଡର : ନାବାଳକକୁ ଛୁରୀ ଭୁସି ହତ୍ୟାକଲେ ସାଥୀ ଖେଳାଳୀ
19 January 2021