ପାର୍କକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୧୦ ଆହତ

Published By : Prameya-News7 Bureau | August 20, 2020 IST

ସାନଖେମୁଣ୍ଡି୨୦/୮: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିରେ ସରକାରଙ୍କ ପକ୍ଷରୁ ଏକ ପାର୍କ  କରିବା ଲାଗି ଏକ  ସ୍ଥାନ ଚିହ୍ନଟ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଏହି ଗଣ୍ଡଗୋଳରେ ୧୦ ଜଣ ଆହତ ହୋଇଛନ୍ତି। ସରକାରୀ ଅନୁଦାନରେ ପଞ୍ଚାୟତ ପକ୍ଷରୁ ଏକ ପାର୍କ କରିବା ପାଇଁ  ଅର୍ଥ ମଞ୍ଜୁର ହୋଇଥିବା ବେଳେ ଶିଶୁ ମନ୍ଦିର ନିକଟରେ ଥିବା ଏକ ସ୍ଥାନକୁ ପଞ୍ଚାୟତ ନିରୁପଣ କରାଯାଇଥିଲା ।

ତେବେ ସେହି ସ୍ଥାନକୁ ଲାଗି ରହିଥିବା ସାହି ବାସିନ୍ଦା ବିରୋଧ କରି ଆସୁଥିଲେ। ଗୁରୁବାର କିଛି ଲୋକ ପହଁଞ୍ଚି ଆଲୋଚନା କରିବା ସମୟରେ କଥା କଟାକଟିରୁ ଉଗ୍ରରୂପ ଧାରଣ କରିଥିଲା।ଏହା ପରେ ମାରପିଟ୍ ଆରମ୍ଭ ହୋଇଥିଲା । ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ପହଁଞ୍ଚି ପରିସ୍ଥିତି ଆୟତ୍ତ କରିଥିଲା । ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.