ଜଗତସିଂହପୁର: ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଘ, ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି

Published By : Prameya-News7 Bureau | December 25, 2020 IST

ଜଗତସିଂପୁର୨୫/୧୨:  ଜଗତସିଂହପୁର ନାଉଗାଁ ଠାରେ ଆମ୍ବେଦକର ଜୟନ୍ତୀ ଓ ମନୁ ସଂହିତା ଦହନ ଦିବସ ପାଳନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି  ସୂର୍ଯ୍ୟ ମଣ୍ଡପ ସ୍ଥିତ ସଭାସ୍ଥଳ ଓ ଆଖ ପାଖ ଅଞ୍ଚଳରେ ୧୪୪ ଧାର ଜାରି ରହିଛି। ଘଟଣା ସ୍ଥଳରେ ପୋଲିସ ମୁତୟନ।

ଆନ୍ୟପଟେ ବ୍ୟାନର ଚିରି ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବି କରି ଆୟୋଜନଙ୍କ ପକ୍ଷରୁ ଗତକାଲି ନାଉଗାଁ ଥାନା ଆଗରେ ଗଣ ଧାରଣା ଦିଆଯିବା ସହ ଥାନା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ଘଟଣାସ୍ଥଳରେ ଜଗତସିଂହପୁର ଏସଡିପିଓ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ହଟିଥିଲା।ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ନାଉଗାଁ ବଜାରରେ ପୋଲିସ ମୃତୟନ କରାଯିବା ସହିତ ସୂର୍ଯ୍ୟ ମଣ୍ଡପ ସ୍ଥିତ ସଭାସ୍ଥଳ ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.