Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦିଲ୍ଲୀ ଗାଜିପୁର ବର୍ଡରରେ ବିଜେପି କର୍ମୀ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ, ବ୍ୟାପକ ଭଙ୍ଗାରୁଜା

30/06/2021 at 3:29 PM

ଗାଜିପୁର ବର୍ଡର ୩୦।୬: କୃଷି ଆଇନ ବିରୋଧରେ ଦିଲ୍ଲୀ ଗାଜିପୁର ସୀମାରେ ଆନ୍ଦୋଳନରତ ଚାଷୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ବୁଧବାର ସଂଘର୍ଷ ହୋଇଛି। ଘଟଣାରେ ଅନେକ ଚାଷୀ ଆହତ ହୋଇଥିବା ବେଳେ  ବ୍ୟାପକ ଭଙ୍ଗାରୁଜା ହୋଇଛି। ମିଳିଥିବା ସୂଚନା ଅନୁସାରେ ୟୁପି ବିଜେପି ସାଧାରଣ ସମ୍ପାଦକ ଅମିତ ବାଲ୍ମିକଙ୍କ ସ୍ୱାଗତଲାଗି ବିଜେପି ପକ୍ଷରୁ  ଗାଜିପୁର ବର୍ଡର ଫ୍ଲାଇଓଭର ନିକଟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ସଂଘର୍ଷର ସୂତ୍ରପାତ ହୋଇଥିଲା। 

ସ୍ୱାଗତ କାର୍ଯ୍ୟକ୍ରମ ଲାଗି ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ  ଚାଷୀଙ୍କ ଆନ୍ଦୋଳନ ସ୍ଥଳ ପାଖାପାଖି ଏକତ୍ରିତ ହୋଇଥିଲେ।  ତେବେ କୃଷକ ଆନ୍ଦୋଳନ ବିରୋଧରେ ନାରାବାଜୀ କରିବାରୁ ଚାଷୀ ଉତକ୍ଷିପ୍ତ ହୋଇଥିଲେ। ବିଜେପି କର୍ମୀଙ୍କୁ ଚାଷୀ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଜେପି କର୍ମୀଙ୍କ  ଲାଠି ଓ ବାଡି ଆକ୍ରମଣରେ କେତେକ ଚାଷୀ ଆହତ ହୋଇଥିବା ଜଣାପଡିଛି। 

ଘଟଣାକୁ ନେଇ ଭାରତୀୟ କିଷାନ ୟୁନିୟନ (ବିକେୟୁ) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶାସକ ବିଜେପିର ଏହା ହତାସା ପ୍ରମାଣିତ କରୁଥିବା କୃଷକ ନେତାମାନେ କହିଛନ୍ତି। ସରକାର ଏବେ ସବୁ ମୋର୍ଚ୍ଚାରେ ବିଫଳ ହୋଇଛନ୍ତି। ଏଥିରେ ଦିଲ୍ଲୀ ସୀମାମାନଙ୍କରେ ଚାଷୀ ସରକାରଙ୍କ ଗାଲିସିରେ କଣ୍ଟା ପାଲଟିଛନ୍ତି। ଏଣୁ ହିଂସା ମାଧ୍ୟମରେ ଆନ୍ଦୋଳନ ଭାଙ୍ଗିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି। ଏଥିପ୍ରତି ଚାଷୀଙ୍କୁ ସତର୍କ ରହିବା ଲାଗି ବିକେୟୁ ନେତା ସତର୍କ କରିଛନ୍ତି।  ଚାଷୀ ନିଜ ସଞ୍ଜମତା ରକ୍ଷା କରିବା ସହ ୩ କୃଷିଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବଞ୍ଚାଇ ରଖନ୍ତୁ ବୋଲି ନେତାମାନେ ଅନୁରୋଧ କରିଛନ୍ତି। ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି।   

   Related Posts