ବୈଠକ ପାଲଟିଲା ରଣକ୍ଷେତ୍ର: ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୫ ଜଣ ଆହତ

Published By : Prameya-News7 Bureau | December 23, 2020 IST

ବରୀ୨୩/୧୨: ବରୀ ପଞ୍ଚାୟତ ସମିତି ବୈଠକକୁ ନେଇ ତୁମୁଳକାଣ୍ଡ। ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ପୋଲିସ ମୁତୟନ କରାଯାଇଛି । ସୂଚନା ମୁତାବକ ଏକ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକୁ ନେଇ ହଟ୍ଟଗୋଳ ହୋଇଛି । ବରୀ ପଞ୍ଚାୟତ ସମିତିର ବୈଠକ ପୂର୍ବରୁ ୨ ବିଜେପି ଓ ବିଜେଡି ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବୁଧବାର ବରୀ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ପରିଷଦ ବୈଠକ ହେବା ପୂର୍ବରୁ ୨ ରାଜନୈତିକ ଦଳର କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।

{"id":381758,"width":559,"height":749,"sizeSlug":"large","linkDestination":"none"}

ଏଥିରେ ଉଭୟ ପକ୍ଷରୁ ୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ବରୀ ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲେ ।  ଅନ୍ୟପଟେ ଗଣ୍ଡଗୋଳ ଯୋଗୁଁ ପଞ୍ଚାୟତ ସମିତି ବୈଠକ ସୁଚାରୁରୂପେ ହୋଇ ପାରିନାହିଁ । ଗୃହ ମଧ୍ୟରେ ପଞ୍ଚାୟତ ପ୍ରତିନିଧିମାନେ ହୋହଲ୍ଲା କରିଥିଲେ। ଫଳରେ ବୈଠକ ଚାଲିବାରେ ବାଧା ଉପୁଜିଥିଲା । ଏହି ସମୟରେ ବ୍ଲକ ପରିସର ବାହାରେ ଉଭୟ ଗୋଷ୍ଠୀର କର୍ମୀ ଭିଡାଭିଡ଼ି ଯୁକ୍ତିତର୍କ ହେବା ସହ ବାଇକ ଭଙ୍ଗାରୁଜା କରିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.