ତେଲକୋଇ: ଜମିବାଡି ବିବାଦରୁ ହତାହାତି, ଜଣେ ଗୁରୁତର
26/01/2021 at 5:04 PM

ତେଲକୋଇ୨୬/୧: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର। ତେଲକୋଇ ଥାନା ଅନ୍ତର୍ଗତ ମାର୍ଦ୍ଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ମଙ୍ଗଳବାର ନାରଣ ମହାନ୍ତଙ୍କ ଘର ବାଡିରେ ଗାଁର ନିଧି ପଧାନ ଜୋର ଜବରଦସ୍ତ ବାଡ ଦେବା ବେଳେ ତାଙ୍କୁ ବିରୋଧ କରିଥିଲେ। ଏହି ଘଟଣାରେ ନିଧି ପଧାନ ତାଙ୍କୁ ଟାଙ୍ଗିଆରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ନାରଣ ମହାନ୍ତ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ତେଲକୋଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି।
Related Posts
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021
ଘରୋଇ କଳହ ହେଲା କାଳ, ବାପାକୁ କଟୁରିରେ ହାଣି ହତ୍ୟା କଲା ପୁଅ
25 February 2021
ଗାଈ ପାଟିରେ ଫୁଟିଲା ବୋମା
25 February 2021
ମହାନଦୀକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଉତ୍ତର ରଖିଲେ ମନ୍ତ୍ରୀ
25 February 2021