ଭାରତ,ଆମେରିକା ବ୍ୟତୀତ ଏହି ଦେଶଗୁଡ଼ିକର ପରମ ଶତ୍ରୃ ଚୀନ : ସବୁବେଳେ ଲାଗି ରହିଛି ତିକ୍ତତା

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮/୬: ଲଦାଖରେ ଚୀନ-ଭାରତ ସହ ସୀମା ବିବାଦରେ ଲାଗିଛି, କିନ୍ତୁ ଚୀନ ପାଇଁ ଏହା ନୂଆ କଥା ନୁହେଁ। ଚୀନର ଲଢ଼େଇ ଜାପାନଠୁ ଆରମ୍ଭ ହୋଇ ଅଷ୍ଟେଲିଆ ଯାଏଁ ଲମ୍ବିଛି। ଚୀନ ସହ ବିଶ୍ବର ୧୪ଟି ଦେଶର ସୀମା ଲାଗିଛି ଏବଂ ଅଧିକାଂଶ ଦେଶ ସହ ଚୀନର ସୀମା ବିବାଦ ଚାଲିଛି। ଚୀନର ପଡ଼ୋଶୀ ଦେଶରେ ଭାରତ,ପାକିସ୍ତାନ,ଆଫଗାନିସ୍ତାନ,ତଜାକିସ୍ତାନ,କ୍ରିଜିସ୍ତାନ,ମଙ୍ଗୋଲିଆ,କାଜଖିସ୍ତାନ,ରୁଷ,ଉତ୍ତର କୋରିଆ,ଭିଏତନାମ,ଲାଓସ,ମିଆଁମାର,ଭୁଟାନ୍ ଏବଂ ନେପାଳ ଭଳି ଦେଶ ରହିଛି ତଥା ନିଜର ଅଧିକାଂଶ ପଡ଼ୋଶୀ ଦେଶ ସହ ଚୀନର ସୀମା ବିବାଦ ଲଗାତାରଭାବେ ରହି ଆସିଛି। ଭୂ-ସୀମା ବ୍ୟତୀତ ଚୀନ ସହ ୪ଦେଶ (ଜାପାନ,ଦକ୍ଷିଣ କୋରିଆ,ଭିଏତନାମ ଏବଂ ଫିଲିପାଇନସ)ର ସାମୁଦ୍ରିକ ସୀମା ଲାଗିଥାଏ। ଏହି ସାମୁଦ୍ରିକ ସୀମାକୁ ନେଇ ମଧ୍ୟ ଚୀନର ବିବାଦ ଚାଲି ଆସୁଛି। ଆଫଗାନିସ୍ତାନ,ତଜାକିସ୍ତାନ,କାଜଖିସ୍ତାନ,ମିଆଁମାର,ପାକିସ୍ତାନ,ରୁଷଠୁ ଚୀନ ଅନେକ ଦୂର ଯାଏଁ ସୀମା ବିବାଦର ସମାଧାନ କରି ସାରିଛି।

୧. ଜାପାନ ସହ ଦୁଇ ଦ୍ବୀପକୁ ନେଇ ବିବାଦ : ଜାପାନ ସହ ଚୀନର ଭୌଗୋଳିକ ସୀମା ଲାଗିନଥାଏ,କିନ୍ତୁ ସାମୁଦ୍ରିକ ସୀମା ଲାଗିଥାଏ। କିନ୍ତୁ ଉଭୟ ଦେଶ ନିଜର ଜଳ ସୀମାକୁ ନେଇ ଲଢ଼ିଥାଆନ୍ତି। ନିକଟରେ ଦୁଇ ଦେଶ ମଧ୍ୟରେ ୨ଟି ଛୋଟ ଦ୍ବୀପକୁ ନେଇ ବିବାଦ ହୋଇଥିଲା। ଗୋଟିଏ ଦ୍ବୀପ ସେନକାକୁ ଜାପାନରେ ରହିଛି ଏବଂ ଅନ୍ୟ ଦ୍ବୀପଟି ଦିଓୟୁ ଚୀନରେ ରହିଛି। ଦୁଇ ଦେଶ ଏଠାରେ ନିଜ ନିଜ ଜଳସେନାର ଗସ୍ତ ବଢ଼ାଇ ଦେଇଛନ୍ତି।

୨. ରୁଷ ସହ ସୀମା​ ବିବାଦ : ପଡ଼ୋଶୀ ଦେଶ ରୁଷ ସହ ମଧ୍ୟ ଚୀନର ଦୀର୍ଘ ବର୍ଷ ଯାଏଁ ସୀମା ବିବାଦ ଚାଲିଥିଲା। ଏହି ବିବାଦ ଯୋଗୁଁ ଉଭୟଙ୍କ ମଧ୍ୟରେ ସୈନ୍ୟ ସଂଘର୍ଷ ମଧ୍ୟ ହୋଇସାରିଛି। କିନ୍ତୁ ୧୯୯୧ମସିହାରେ ସୋଭିଏତ ସଂଘର ପତନ ପରେ ରୁଷ ଦୁର୍ବଳ ହେବାରୁ ଚୀନ ଏହି ସୁଯୋଗର ଫାଇଦା ଉଠାଇଥିଲା ଏବଂ ରୁଷ ସହ ସୀମା ବିବାଦକୁ ନିଜ ସର୍ତ୍ତରେ ସମାଧାନ କରିଥିଲେ।

୩.ଆମେରିକା-ଅଷ୍ଟେଲିଆ ମଧ୍ୟରେ ବିବାଦ : କରୋନାକୁ ନେଇ କେବଳ ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ ହୋଇନଥିଲା ବରଂ ଅଷ୍ଟେଲିଆ ସହ ମଧ୍ୟ ବିବାଦ ହୋଇଥିଲା। ଅଷ୍ଟେଲିଆ କରୋନାକୁ ନେଇ ଚୀନ ବିରୋଧରେ ତଥ୍ୟ ଲୁଚାଇବା ଏବଂ ଭୁଲ୍ ସୂଚନା ପ୍ରସାର କରିବାର ଅଭିଯୋଗ ଲଗାଇଥିବାରୁ ଚୀନ ରାଗିଯାଇଥିଲା।

୪. ତାଇଓ୍ବାନ ସହ ବିବାଦ : ଚୀନ ମତରେ ତାଇଓ୍ବାନ ଭବିଷ୍ୟତରେ ଚୀନର ଅଂଶ ହେବ କିନ୍ତୁ ତାଇଓ୍ବାନର ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଏହି ଦେଶ ନିଜକୁ ଏକ ଭିନ୍ନ ଦେଶ ଭାବେ ଦେଖି ଆସିଛି। ଏହାହିଁ ହେଉଛି ଉଭୟ ଦେଶର ତିକ୍ତତା ପଛରେ ବଡ଼ କାରଣ।

୫.ମିଆଁମାର ସହ ବିବାଦ : ଭାରତର ଅନ୍ୟ ଏକ ପଡ଼ୋଶୀ ଦେଶ ମିଆଁମାର ସହ ମଧ୍ୟ ଚୀନର ୨୧୮୫ କିଲୋମିଟରର ସୀମା ଲାଗିଥାଏ। ଏହି ସୀମାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.