Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୋଟ୍ ଆଗରୁ ବଲାଙ୍ଗିରରେ ହିଂସା : ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଅଭିଯୋଗ, ୪ ଘଣ୍ଟା ଧରି ଏସ୍‌ପି ଅଫିସ୍ ଓ ହସ୍ପିଟାଲରେ ଉତ୍ତେଜନା

14/04/2019 at 6:20 PM

ବଲାଙ୍ଗିର ୧୪|୪: ଭୋଟକୁ ମଝିରେ ଆଉ ଦିନ ୩ଟା । ଆଉ ତା ପୂର୍ବରୁ ବଲାଙ୍ଗିରରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କୁ କଂଗ୍ରେସ ସମର୍ଥକ ମାଡ ମାରିଥିବା ଅଭିଯୋଗ । ଶନିବାର ରାତି ୯ ଟାରୁ ଗୋଟାଏ ଯାଏଁ ହସ୍ପିଟାଲ, ଥାନା ଓ ଏସପିଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ଡ୍ରାମା । ଆରୋପ-ପ୍ରତ୍ୟାରୋପ ଜୋର ଧରିଥିବା ବେଳେ ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିବା ସହ ପାଟ୍ରୋଲିଂ ଜୋରଦାର କରିଛି ।

ବଲାଙ୍ଗିରରେ ନିର୍ବାଚନୀ ହିଂସା । ପୁଣି ମୁହାଁମୁହିଁ ମିଶ୍ର ପରିବାର ଏବଂ ରାଜ ପରିବାର । ଶନିବାର ରାତିରେ ଚନ୍ଦନଭାଟିରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଏବଂ ବିଜେଡି କର୍ମୀ । ଏ ହେଉଛନ୍ତି ବିଜେଡି କର୍ମୀ ପ୍ରଫୁଲ୍ଲ ମେହେର। ଗତକାଲି ରାତିରେ ତାଙ୍କୁ କଂଗ୍ରେସର ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଓ କିଛି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଉ ଏହାପରେ ଆରମ୍ଭ ହୋଇଥିଲା ହାଇ ଡ୍ରାମା। ବଲାଙ୍ଗିର ମେଡିକାଲ କଲେଜରେ ଜମିଥିଲା ବିଜେଡି କର୍ମୀ ଓ ସମର୍ଥକଙ୍କ ଭିଡ। ବିଜେଡି ବିଧାୟକ ପ୍ରାର୍ଥୀ  ଅର୍କେଶ ନାରାୟଣ ସିଂଦେଓ ମଧ୍ୟ ପହଞ୍ଚିଥିଲେ ଡାକ୍ତରଖାନାରେ ।  ସମସ୍ତ ଘଟଣାର ବୁଝିବା ସହ କରିଥିଲେ କର୍ମୀଙ୍କୁ ବୁଝାସୁଝା କରିଥିଲେ ।

ହଠାତ କଂଗ୍ରେସ ବିଧାୟକ ପ୍ରାର୍ଥୀ ନରସିଂହ ମିଶ୍ର ଓ ତାଙ୍କ ପୁଅ ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ପହଞ୍ଚିଥିଲେ ଏସପିଙ୍କ କାର୍ଯ୍ୟାଳୟରେ। ତାଙ୍କ ସହ ଥିଲେ ଚନ୍ଦନ ଭାଟି ପଞ୍ଚାୟତବାସୀଙ୍କ ସହ କିଛି ସମର୍ଥକ ଏବଂ କର୍ମୀ । ଏସପିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । କିଛି ସମୟ ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂଦେଓ ସଦର ଥାନାକୁ ଯାଇ ସେଠାରେ ଚନ୍ଦନ ଭାଟି ସରପଞ୍ଚଙ୍କ ସ୍ବାମୀ ଓ କଂଗ୍ରେସ କର୍ମୀଙ୍କ ନାଁରେ ଦେଇଥିଲେ ଏତଲା। ଥାନା ସମ୍ମୁଖରେ ନାରା ଦେବା ସହ ମାଡ ମାରିଥିବା ଲୋକଙ୍କୁ ଗିରଫ ଦାବି କରିଥିଲେ। ସେପଟେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛି ପୋଲିସ । ଏହାସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ସହ ପାଟ୍ରୋଲିଂ ବଢ଼ାଇଛନ୍ତି ।

ପଲିଟିକାଲ୍ ଫାଇଟ୍ ପୂର୍ବରୁ ଏଠି ମାରପିଟ୍ ହେଲାଣି । ଦେଖାଯାଉ ଶାନ୍ତି ପୂର୍ଣ୍ଣ ମତଦାନ କେତେ ସମ୍ଭବ ହେଉଛି ଏଠାରେ ।

   Related Posts