Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗୁଣି ଗାରେଡି ! ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଦେଖନ୍ତୁ କିଭଳି ଗାଁ ଦାଣ୍ଡରେ ଗଡୁଛନ୍ତି ଚାରି ଝିଅ…

10/09/2019 at 12:13 PM

ନୂଆପଡା ୧୦।୯: ଯୁବତୀଙ୍କ ଅସ୍ବାଭାବିକ ଆଚରଣ । ନୂଆପଡା ଖଡିଆଳ ଥାନା ବଡଦୋହେଲ ପଞ୍ଚାୟତର ସାନଦୋହେଲ ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ଗଡୁଛନ୍ତି ୪ ଝିଅ । ଏମାନଙ୍କ ଏପରି ଆଚରଣ ପଛରେ ଗୁଣିଗାରେଡି ଥିବା ଅଭିଯୋଗ କରି ଦୁଇ ପରିବାର ଭିତରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । କଥା ଯାଇ ଥାନାରେ ପହଞ୍ଚିଥିଲା । ଥାନା ଆଗରେ ବି ଅସ୍ବାଭାବିକ ଆଚରଣ ଦେଖାଇଥିଲେ ଯୁବତୀ ।

ସୂଚନାଯୋଗ୍ୟ ଯେ, ସାନଦୋହେଲ ଗାଁର ଧନୁ ବାଗଙ୍କ ଝିଅଙ୍କ ଦେହ କିଛିଦିନ ହେବ ଅସୁସ୍ଥ ରହିଥିବା ବେଳେ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇ ନଥିଲେ । ଏହାପରେ ଗୁଣିଆଙ୍କ ସାହାଯ୍ୟ ନେଇଥିଲେ ପରିବାର ଲୋକ, ଆଉ ସେହି ଗାଁର ନକୁଳଙ୍କ ପରିବାର ଗୁଣି ଗାରେଡି କରିଥିବା ସନ୍ଦେହ କରିଥିଲେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଏହାକୁ ଗାଁର ଅନ୍ୟକିଛି ଲୋକ ସମର୍ଥନ କରିବା ପରେ ଉତ୍ତେଜନା ବଢିଥିଲା । ନକୁଳଙ୍କ ପରିବାର ଲୋକେ ଆକ୍ରମଣର ଶିକାର ହୋଇଥିଲେ । ନକୁଳଙ୍କ ପରିବାର ଲୋକେ ଖଡିଆଳ ଥାନାରେ ଅଭିଯୋଗ କରିବା ପରେ ଗାଁର କିଛି ଲୋକଙ୍କୁ ଖଡିଆଳ ପୋଲିସ ଉଠାଇ ଆଣିଥିଲା ।

ସେମାନଙ୍କୁ ଛାଡିବା ସହ ଗୁଣି ଗାରେଡି କରୁଥିବା ନକୁଳଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ସାନଦୋହେଲ ଗାଁର ଅନେକ ମହିଳା ଏବଂ ପୁରୁଷ ଖଡିଆଳ ଥାନା ଘେରାଉ କରିଥିଲେ । ତେବେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରିବା ସହ ସମସ୍ତଙ୍କୁ ବେଲବଣ୍ଡରେ ଛଡା ଯାଇଛି ।

   Related Posts