Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମା ଦୁର୍ଗାଙ୍କ ବିସର୍ଜନ ସମୟରେ ଲୋକଙ୍କୁ ଘେରି ନିର୍ମମ ଭାବେ ପିଟିଲା ପୁଲିସ, ସଂଘର୍ଷରେ ଜଣେ ମୃତ, ଅନେକ ଆହତ, ଦେଖନ୍ତୁ ଭିଡିଓ…

27/10/2020 at 8:08 PM

ମୁଙ୍ଗେର ୨୭।୧୦: ବିହାରର ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପୁଲିସ ଓ ଲୋକଙ୍କ ମଧ୍ୟରେ ମାରପିଟ୍‌ର ଏକ ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା ଆରମ୍ଭ ହୋଇଛି। ଏହି ଭାଇରାଲ ଭିଡିଓରେ ପୁଲିସ ଲୋକଙ୍କୁ ନିର୍ମମଭାବେ ମାଡ ମାରୁଥିବା ଦେଖିବାକୁ ମିଳିଛି। ଏହି ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ବିସର୍ଜନରେ ସାମିଲ ଲୋକଙ୍କୁ ପୁଲିସ ଯେଉଁଭଳି ନିର୍ଦ୍ଦୟ ଭାବେ ପିଟି ଚାଲିଛି ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। #Munger ଟ୍ଵିଟରରେ ଟ୍ରେଣ୍ଡ କରୁଛି।

ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଛି। ଲୋକେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାର ଏସପି ଲିପି ସିଂହଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଲୋକେ। ଟ୍ଵିଟରରେ #Munger ଟପ୍‌ ଟ୍ରେଣ୍ଡିଂରେ ରହିଛି। ଏହା ସହିତ #HinduLivesDontMatter ମଧ୍ୟ ଟ୍ରେଣ୍ଡ କରୁଛି। ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ପ୍ରାୟ ୨୩୭୮ରୁ ଅଧିକ ଟ୍ଵିଟ୍ ଆସି ସାରିଛି।

ସୂଚନା ଅନୁଯାୟୀ ସୋମବାର ମଧ୍ୟ ରାତ୍ରରେ ମୁଙ୍ଗେରର ଶାଦିପୁରରେ ଦୁର୍ଗା ପ୍ରତୀମା ବିସର୍ଜନ ସମୟରେ ପୁଲିସ ଯୁବକଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହି ସମୟରେ ପୁଲିସର ମାଡ ପରେ ଭିଡ ଉଗ୍ର ହୋଇ ଉଠିଥିଲେ ଏବଂ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। କୁହାଯାଉଛି ପରେ ଉତ୍ତେଜନା ଆହୁରି ବଢିବାରୁ ପୁଲିସ ଗୁଳିମାଡ କରିଥିଲା, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଛନ୍ତି ଏବଂ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା କରାଯାଉଛି।

ପୁଲିସ ପ୍ରଶାସନ କଣ କହିଲେ

ମୁଙ୍ଗେରର ଡିଏମ ରାଜେଶ ମୀଣା ଓ ଏସପି ଲିପି ସିଂହ ଏହି ମାମଲା ଉପରେ ସଫେଇ ଦେଇଛନ୍ତି। ସେ ଘଟଣାର ଦୁଇଟି ଅଲଗା ଅଲଗା ଭିଡିଓ କ୍ଲିପ୍ ଜାରି କରିଛନ୍ତି। ଏସପି ଲିପି ସିଂହ କହିଛନ୍ତି ବିସର୍ଜନ ସମୟରେ କିଛି ଅସାମାଜିକ ବ୍ୟକ୍ତି ପୁଲିସ ଉପରେ ପଥରମାଡ କରିଥିଲେ। ଏଥିରେ ୨୦ ଯବାନ ଆହତ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଏସପି କହିଛନ୍ତି ପଥରମାଡ ପରେ ପୁଲିସ ପକ୍ଷରୁ ଅସାମାଜିକ ଲୋକଙ୍କ ଉପରକୁ ଫାୟରିଂ କରାଯାଇଥିଲା। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଡିଏମ ରାଜେଶ ମୀଣା କହିଛନ୍ତି ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଗୁଜବ ପ୍ରତି ଧ୍ୟାନ ନଦେବାକୁ ଅପିଲ୍ କରାଯାଇଛି।

   Related Posts