ପୂଜା ବିଳମ୍ବକୁ କେନ୍ଦ୍ର କରି କାଳିଜାଈ ପୀଠରେ ପୂଜକ ଏବଂ ଭକ୍ତଙ୍କ ମଧ୍ୟରେ ମାରପିଟ୍ :ପୀଠରେ ଭକ୍ତଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ

Published By : Prameya-News7 Bureau | December 25, 2018 IST

କୃଷ୍ଣପ୍ରସାଦ ୨୫/୧୨ : କାଳିଜାଈ ପୀଠରେ ଉତ୍ତେଜନା ଦେଖାଦେଇଛି | ଏବେ ପର୍ଯ୍ୟଟନର ୠତୁ ଚାଲିଥିବା ବେଳେ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇଙ୍କ ପୀଠରେ କାଇଁ କେତେଦୂରରୁ ଲକ୍ଷାଧିକ ଭକ୍ତମାନଙ୍କ ସମାଗମ ଦେଖିବାଳୁ ମିଳିଛି । ହେଲେ ଅଚାନକ ମାଦକ ଦ୍ରବ୍ୟ ସେବନ କରି ୪ ରୁ ୫ ଜଣ ଦୁର୍ବୁତ୍ତ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ପହଁଚି ଭକ୍ତ ଏବଂ ମନ୍ଦିର ପୂଜକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ ଠେଲାପେଲା କରିଥିଲେ |

{"id":67001}

ଏନେନି ମା କାଳିଜାଇଙ୍କ ପୂଜକ ଧର୍ମେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଭକ୍ତ ଓ ପୂଜକଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖି ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି | ଏହି ଖବର ପାଇ କୃଷ୍ଣପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ଦୁର୍ବୁତ୍ତ ମାନେ ସ୍ଥାନ ଛାଡି ଚାଲିଯାଇଛନ୍ତି । ଘଟଣାର ଅନୁଧ୍ୟାନ ପରେ ଗଣ୍ଡଗୋଳର କାରଣ କଣ ଜଣାପଡିବ ବୋଲି କୃଷ୍ଣପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ସୂଚନା ଦେଇଛନ୍ତି । କାଳିଜାଈ ପୀଠରେ ଭକ୍ତଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

{"id":67002}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.