Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉର୍ମିଳା ମତୋଣ୍ଡକରଙ୍କ ସଭାରେ ଶୁଭିଲା ମୋଦି ନାରା : ପରସ୍ପର ସହ ହାତାହାତି ହେଲେ କଂଗ୍ରେସ ଓ ବିଜେପି କର୍ମୀ

ମୁମ୍ବାଇ ୧୫/୪ : ଲୋକସଭା ନିର୍ବାଚନ ଲଢ଼ୁଥିବା ବଲିଉଡ ତାରକା ତଥା କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମତୋଣ୍ଡକରଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଗଣ୍ଡଗୋଳ ହୋଇଛି | ଉତ୍ତରାଞ୍ଚଳ ମୁମ୍ବାଇ ଲୋକସଭା ଆସନରୁ ଲଢ଼ୁଛନ୍ତି ଉର୍ମିଳା | ଏକ କାର୍ଯ୍ୟକ୍ରମ ବେଳେ ଉର୍ମିଳାଙ୍କ ସହିତ ହଜାର ହଜାର ସଂଖ୍ୟକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମବେଳେ କିଛି ବିଜେପି କର୍ମୀ ମୋଦି ମୋଦି ନାରା ଦେଇଥିଲେ | ମୋଦି ନାରାକୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ | ଏଥିରେ ଉଭୟ ପକ୍ଷର କର୍ମୀ ପରସ୍ପର ସହ ହାତାହାତି ହୋଇଥିଲେ |

https://twitter.com/i/status/1117691593451085826


ନିକଟରେ କଂଗ୍ରେସରେ ଯୋଗଦେଇଥିଲେ ଉର୍ମିଳା | ସେ ଉତ୍ତରାଞ୍ଚଳ ମୁମ୍ବାଇ ଆସନରୁ ନିର୍ବାଚନ ଲଢ଼ୁଛନ୍ତି | ଆଜି ଉର୍ମିଳା ବୋରିବଲି ରେଳ ଷ୍ଟେସନ ନିକଟରେ ଏକ ରାଲିରେ ଯୋଗ ଦେବା ପାଇଁ ଯାଉଥିଲେ | ଏତିକିବେଳେ କିଛି ବିଜେପି କର୍ମୀ ମୋଦି ମୋଦି ନାରାବାଜି କରିଥିଲେ | ନାରାବାଜି ପରେ ବିବାଦ ଆରମ୍ଭ ହୋଇଥିଲା | ବିଜେପି କର୍ମୀଙ୍କ ନାରାବାଜିକୁ କଂଗ୍ରେସ କର୍ମୀ ବିରୋଧ କରିଥିଲେ | ଏଥିରେ ଉଭୟ ଦଳ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା | ପୋଲିସ ଉଭୟ ପକ୍ଷ କର୍ମୀଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା |


ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ରାଲି ବେଳେ ବିଜେପି କର୍ମୀ ମୋଦି ମୋଦି ନାରାବାଜି କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ କଂଗ୍ରେସ କର୍ମୀ ଚୌକିଦାର ଚୋର ହେ ନାରା ଲଗାଇଥିଲେ | ଯାହାଫଳରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଘଟଣା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା |

163 Views

   ସମ୍ବନ୍ଧିତ ଖବର