Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନାମାଙ୍କନ ପତ୍ର ଦାଖଲବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ : ମହିଳାଙ୍କ ଲୁଗାପଟା ଚିରି ପକାଇଥିବା ଅଭିଯୋଗ

5/04/2019 at 2:51 PM

ସୁରଟ ୫/୪ : ଗୁଜରାଟ ସୁରଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଛି | ଉଭୟ ଦଳର କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୁରଟ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ପ୍ରାର୍ଥୀଙ୍କ ସହ ଆସିଥିଲେ | ସେତେବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା | ଗଣ୍ଡଗୋଳରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି | ଗଣ୍ଡଗୋଳରେ ଅନେକ ମହିଳାଙ୍କ ଲୁଗାପଟା ମଧ୍ୟ ଚିରି ଯାଇଥିଲା |


ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଜେପି ପ୍ରାର୍ଥୀ ଦର୍ଶନା ଜରଦେଶ ଏବଂ କଂଗ୍ରେସ ପ୍ରାର୍ଥୀ ଅଶୋକ ଅଧେଵାଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପହଂଚିଥିଲେ | ସେତେବେଳେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା | ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମୀଙ୍କୁ ବାହାର କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ | ଉଭୟ ଦଳ ଗଣ୍ଡଗୋଳ ପାଇଁ ପରସ୍ପର ଦଳକୁ ଦୋଷ ଦେଇଥିଲେ |


ଜଣେ ମହିଳା କଂଗ୍ରେସକର୍ମୀ ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀ ତାଙ୍କ ପିନ୍ଧିଥିବା ଲୁଗା ଚିରି ଦେଇଥିଲେ | ବିଜେପିକର୍ମୀ ମହିଳାମାନଙ୍କୁ ମଧ୍ୟ ଛାଡୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ |


ଅପରପକ୍ଷରେ ଜଣେ ବିଜେପିକର୍ମୀ କହିଛନ୍ତି ଯେ, ଜରଦେଶ ଯେତେବେଳେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ଯାଉଥିବାବେଳେ ପୋଲିସ ତାଙ୍କ ରାଲିକୁ ଅଟକାଇଥିଲା | କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ଗାଡିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଯିବାକୁ ଦେଇଥିଲା |

ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା | ପୋଲିସ ଯେତେବେଳେ ବିଜେପି କର୍ମୀଙ୍କୁ ଅଟକାଇ କଂଗ୍ରେସ କର୍ମୀଙ୍କୁ ଭିତରକୁ ଯିବାକୁ ଦେଇଥିଲା ସେତେବେଳେ କଂଗ୍ରେସ କର୍ମୀ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ |

   Related Posts