ନେପାଳରେ ଚାଇନା ଶ୍ରମିକଙ୍କ ଦାଦାଗିରି: ଲକଡାଉନ ନିୟମ ଭାଙ୍ଗିଲେ, ସ୍ଥାନୀୟ ବାସିନ୍ଦା କହିଲେ ‘ଆମ ଦେଶରୁ ଚାଲିଯାଅ’

Published By : Prameya-News7 Bureau | March 31, 2020 IST

କାଠମାଣ୍ଡୁ, ୩୧|୦୩: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ୩୭ ହଜାରରୁ ଅଧିକ ଜୀବନ ନେଲାଣି । ତେବେ ଚୀନର ପଡୋଶୀ ଦେଶ ନେପାଳ ଏଥିରୁ ବର୍ତ୍ତି ଯାଇଛି । କିନ୍ତୁ ନେପାଳରେ କାମ କରୁଥିବା କିଛି ଚୀନ ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହେବାକୁ ପଡିଛି । ମଙ୍ଗଳବାର କିଛି ନେପାଳୀ ଓ ଚୀନ ଶ୍ରମିକ ମୁହାଁମୁହିଁ ହୋଇଛନ୍ତି ।

{"id":246998,"width":751,"height":563,"sizeSlug":"large"}

ଖବରହବର ରିପୋର୍ଟ ଅନୁସାରେ, ନେପାଳ ଲାମଜୁଙ୍ଗରେ ଏକ ହାଇଡ୍ରୋପାଓ୍ୱାର କମ୍ପାନୀରେ କିଛି ଚୀନ ଶ୍ରମିକ କାମ କରନ୍ତି ।ତେବେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହି କମ୍ପାନୀର ଟ୍ରକକୁ ଅଟକାଇଥିଲେ ।  ଟ୍ରକରେ ଯାଉଥିବା କିଛି ଶ୍ରମିକ ଚୀନରୁ ଫେରିଥିବା ସ୍ଥାନୀୟବାସୀ ଅଭିଯୋଗ କରିଥିଲେ । ଏହାସହ ଗ୍ରାମର ପ୍ରବେଶ ପଥକୁ ବନ୍ଦ କରିଦେଇଥିଲେ । ଏହି ସମୟରେ ଦୁଇଟି ଟ୍ରକ ଜବରଦସ୍ତି ଗ୍ରାମରେ ପଶିବାକୁ ଉଦ୍ୟମ କରିଥିଲା ଚୀନ ଶ୍ରମିକମାନେ ସ୍ଥାନୀୟ ଅଞ୍ଚଳର ରାସ୍ତାରେ ଟ୍ରକରୁ ବାହାର କରି ବିଭିନ୍ନ ବସ୍ତୁ ପକାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟବାସୀ ଚୀନ ଶ୍ରମିକଙ୍କୁ ଫେରିଯାଅ ବୋଲି ମଧ୍ୟ କହିଥିଲେ ।

କରନ୍ ଥାପ୍ପାନାମକ ଜଣେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା କହିଛନ୍ତି ଯେ, ପ୍ରଶାସନ ଲକଡାଉନ କରିବା ସତ୍ତ୍ୱେ ଚୀନ କମ୍ପାନୀ କାମ ବନ୍ଦ କରିନଥିଲା । ସେଠାରେ କାମ କରୁଥିବା ଚୀନ ଶ୍ରମିକମାନେ ନିଜ ଦେଶରୁ ଫେରି ଘରେ ରହିନଥିଲେ ।ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତି ଶାନ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.