ଜମିବାଡି ବିବାଦରୁ ୨ ପରିବାର ମଧ୍ୟରେ ମାରପିଟ, ୮ ଆହତ

Published By : Prameya-News7 Bureau | March 12, 2020 IST

କେନ୍ଦ୍ରାପଡା, ୧୨|୦୩: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଳାଗଡ଼ ଗାଁରେ ଜମିବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ମାଡ଼ପିଟ ଘଟିଛି। ଏଥିରେ ଆଠଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି।

ଉଭୟ ଆହତ ଓ ଗୁରୁତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଗାଁର ଅରକ୍ଷିତ ମଲ୍ଲିକ ନିଜର ନୂତନ ଘର ନିର୍ମାଣ ଆରମ୍ଭ କରିଥିଲେ। ତେବେ ତାଙ୍କ ପଡୋଶୀ ସହ ପୂର୍ବରୁ ଜମିବାଡ଼ି ବିବାଦ ଥିବାରୁ  ତାଙ୍କ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅରକ୍ଷିତ ଅଭିଯୋଗ କରିଛନ୍ତି।

{"id":237347,"width":749,"height":412,"sizeSlug":"large"}

ଫଳରେ କୁସମ ମଳିକ ଓ ଲତା ମଳିକ ଗୁରୁତର ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.