ବାଲିପାଟଣାରେ ଗଛ କଟାକୁ କେନ୍ଦ୍ର କରି ହଣାହଣି ;୨ ଗୁରୁତର

Published By : Prameya-News7 Bureau | November 09, 2018 IST

ବାଲିପାଟଣା ୯/୧୧ : ବାଲିପାଟଣା ଥାନା ଝିଂଟି ପାଣିକଟା ଗ୍ରାମରେ ଗଛ ହଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାହଣି ହୋଇଛି । ଗଣ୍ଡୋଗୋଳରେ ଦୁଇଜଣ ଗୁରୁତର ହେବା ସହ ଦୁଇଜଣ ଆହାତ ହୋଇଛନ୍ତି । ଗୁରୁତର ହେଉଛନ୍ତି ସେହି ଗ୍ରାମର ଲକ୍ଷ୍ମଣ ସେଠୀ ଏବଂ ଦିଲ୍ଲୀପ ସେଠୀ । ଗୁରୁତର ଦୁଇଜଣଙ୍କୁ ପ୍ରଥମେ ବାଲିପାଟଣା ସ୍ବସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଏକ ଜାଗାକୁ ନେଇ ଝିଂଟି ପାଣିକଟା ଗ୍ରାମର ଘରତ ସେଠୀ ଏବଂ ଦିଲ୍ଲୀପ ସେଠୀଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥତ୍ଲା । ବିବାଦିୟ ଜାଗାରେ ଥିବା ଏକ ଗଛକୁ ଦିଲ୍ଲୀପ ସେଠୀ ହାଣିବାକୁ ଆସିଥିଲେ । ଏଥିରେ ଭରତ ସେଠୀ ବିରୋଧ କରିବାରୁ ଗଣ୍ଡୋଗୋଳର ସୂତ୍ରପାତ ହୋଇଥିଲା । ଉଭୟ ପରିବାର ମାରଣାସ୍ତ୍ର ଦ୍ବାରା ଉଭୟଙ୍କୁ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.