Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନିର୍ବାଚନୀ ସଭା ପରେ ବିରିୟାନୀ ଖାଇବା ପାଇଁ ହାତାହାତି ହେଲେ କଂଗ୍ରେସ କର୍ମୀ : ୯ ଗିରଫ

7/04/2019 at 3:33 PM

ମୁଜାଫରନଗର ୭/୪ : ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ମାହୋଲ ପୁରା ଗରମ ରହିଛି | ବିଭିନ୍ନ ଦଳ ଭିନ୍ନ ଭିନ୍ନ ଜାଗାରେ ପ୍ରତିଦିନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି | ଭୋଟ ହାତେଇବା ପାଇଁ ଦଳ ବିଭିନ୍ନ ଦଳ ଭୋଟରଙ୍କୁ ଲୋଭ ଦେଖାଉଚି | ନେତାମାନେ ବିଭିନ୍ନ ତରିକାରେ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି | ଉତ୍ତର ପ୍ରଦେଶର ବିଜନୌର ଲୋକସଭା ଆସନରୁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକ୍କୀଙ୍କ ଅଂଚଳରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି |

ନାସିମୁଦ୍ଦିନ ସମର୍ଥକଙ୍କୁ ବିରିୟାନୀ ଦେବା ପାଇଁ ବ୍ୟବସ୍ଥା କରିଥିଲେ | ବିରିୟାନୀ ପ୍ରସ୍ତୁତ ହେଲା ଏବଂ ସମର୍ଥକଙ୍କ ମଧ୍ୟରେ ବଣ୍ଟା ମଧ୍ୟ ଗଲା | କିନ୍ତୁ କାଳେ ବିଳମ୍ବ ହେଲେ ବିରିୟାନୀ ସରିଯିବ, ସେଥିପାଇଁ ପ୍ରଥମେ ବିରିୟାନୀ ଖାଇବା ଚକ୍କରରେ ସମର୍ଥକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା | ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି |


ଅଧିକାରୀ କହିଛନ୍ତି ଯେ, ନିର୍ବାଚନୀ ସଭା ପରେ ଦ୍ବିପ୍ରହରରେ ବିରିୟାନୀ ପରସା ଯିବାରଥିଲା | ଏତିକିବେଳେ ଲୋକେ ବିରିୟାନୀ ଖାଇବା ପାଇଁ ଶାଗୁଣା ଭଳି ମାଡି ଯାଇଥିଲେ | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥିତିକୁ ନିୟନ୍ତ୍ରଣ କରିଥିଲା | ଅଧିକାରୀ ରାମ ମୋହନ ଶର୍ମା କହିଛନ୍ତି ଯେ, ଆଇପିସିର ବିଭିନ୍ନ ଧାରା ଏବଂ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଜମିଲ ଏବଂ ତାଙ୍କ ପୁଅ ନଇମ ଅହମଦଙ୍କ ସମେତ ୩୪ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଘଟଣାରେ ଏବେ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି | ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି |


ସୂଚନାଯୋଗ୍ୟ ଯେ, ଗତକାଲି କାକରୋୖଲି ଥାନା ଅନ୍ତର୍ଗତ ଟଡହେଡ ଗାଁରେ ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ଘରେ ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା | ଜମିଲ ନିକଟରେ ବହୁଜନ ସମାଜବାଦୀ ପାର୍ଟି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ |

   Related Posts