Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ଚାରି ଦଶନ୍ଧିରେ ଅଧା ଲୋପ ପାଇଗଲେ ସାମୁଦ୍ରିକ ଜୀବ, ଜାଣନ୍ତୁ କଣ କହୁଛି ଅଧ୍ୟୟନ ରିପୋର୍ଟ

6/04/2021 at 8:03 PM


ନୂଆଦିଲ୍ଲୀ, ୦୬/୦୪: ବିଶ୍ୱ ଏବେ ପ୍ରଦୂଷଣର ବଳୟ ଭିତରେ । ପରିବେଶ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ, ନିଶ୍ୱସ-ପ୍ରଶ୍ୱାସରେ ମଧ୍ୟ ସାଧାରଣ ଜୀବଟିଏ କଷ୍ଟ ଅନୁଭବ କରୁଛି । ଆଉ କିଛି ଜୀବତ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଗଲେଣି । ପାଖାପାଖି ଆଧାରୁ ଅଧିକ ସାମୁଦ୍ରିକ ଜୀବ ଲୋପ ପାଇଗଲେଣି ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗତ ୪ ଦଶନ୍ଧି ଧରି ଗଭୀର ସମୁଦ୍ରରେ ରହୁଥିବା ଜୀବଙ୍କର ବିଲୋପ ହୋଇ ଚାଲିଛି । ଯାହାଫଳରେ ଆଗରୁ ରହିଥିବା ଜୀବଙ୍କ ସଂଖ୍ୟାରେ ହ୍ରାସ ଘଟି ଅଧା ହୋଇସାରିଥିବା ଜଣାପଡ଼ିଛି । ଏପ୍ରିଲ୍‌ ୫ ତାରିଖରେ ସାର୍ବଜନୀନ ହୋଇଥିବା ଏହି ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ରତଳର ତାପମାତ୍ରା ବୃଦ୍ଧି ହୋଇଥିବା କୁହାଯାଇଛି । ପାଖାପାଖି ୦.୨ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ବୃଦ୍ଧି ପାଇଛି ।

ଏହାଛଡ଼ା ସମୁଦ୍ରରେ ଅତ୍ୟଧିକ ମାଛ ମାରିବା ଆଉ ଏକ କାରଣ ହୋଇଥିବା ଏଥିରେ କୁହାଯାଇଛି । କିନ୍ତୁ ଏହାର ମୁଖ୍ୟ କାରଣ ସମୁଦ୍ରର ତାପମାତ୍ରା ବୃଦ୍ଧି ହୋଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ।

ପୂର୍ବରୁ କରାଯାଇଥିବା ଅଧ୍ୟୟନରେ ଉଚ୍ଚ ତାପମାତ୍ରା କିପରି ଉଚ୍ଚ ପ୍ରଜାତିର ମାଛକୁ ଶୀତଳ ଜଳରେ ରହିବାକୁ ବାଧ୍ୟ କରାଉଛି ତାହା ଉପରେ ଆଲୋକପାତ କରିଛି । ନୂଆ ଅଧ୍ୟୟନରେ ୪୮,୬୬୧ ସାମୁଦ୍ରିକ ପ୍ରଜାତିର ଜୀବଙ୍କର ତଥ୍ୟ ବିଶ୍ଳେଷଣ କରାଯାଇଥିଲା । ଯେଉଁଥିରେ ୧୯୫୫ ମସିହା ପରଠାରୁ ବହୁଳ ଭାବରେ ଦେଖାଯାଇଥିବା ମାଛ, ପକ୍ଷୀ, ମେରୁଦଣ୍ଡ ବିହୀନ ପ୍ରାଣୀ ଏବଂ ଅନ୍ୟାନ୍ୟ ପ୍ରାଣୀଗୁଡିକ ବିଷୟରେ ଜଣାପଡ଼ିଥିଲା ।    

   Related Posts