ଓଡିଶା ଆସୁଛନ୍ତି ପ୍ରଧାନ ବିଚାରପତି, ସନ୍ଧ୍ୟାରେ ଭୁବନେଶ୍ୱରରେ ପହଁଚିବେ

Published By : Prameya-News7 Bureau | September 24, 2021 IST

ପୁରୀ,୨୪/୯: ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ନୁଥାଲପଟି ଭେଙ୍କେଟ ରମନ୍ନା ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୁଖ୍ୟ ବିଚାରପତିଙ୍କ ଗସ୍ତ ସୂଚୀ ମୁତାବକ ୨୪ ତାରିଖ ସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା ୮ଟା ୧୫ରେ ଭୁବନେଶ୍ୱରରୁ ପୁରୀ ଯାତ୍ରା କରିବେ । ରାତି ୯ଟା ୨୦ରେ ପୁରୀ ପହଞ୍ଚି ମେ’ ଫେୟାର ହୋଟେଲରେ ରାତ୍ରି ଭୋଜନ ଓ ରାତ୍ରିଯାପନ କରିବେ ।

ସେପ୍ଟେମ୍ବର ୨୫ତାରିଖ ସକାଳ ୭ଟାରେ ମୁଖ୍ୟ ବିଚାରପତି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ମେ’ ଫେୟାର ହୋଟେଲରେ ଜଳଖିଆ ସାରି କଟକ ଅଭିମୁଖେ ରୋଡ ଯୋଗେ ଯାତ୍ରା କରିବେ । ମୁଖ୍ୟ ବିଚାରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.