Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପ୍ରଧାନ ବିଚାରପତିଙ୍କ ଭିନ୍ନ ଅବତାର : ହାର୍ଲେ ଡେଭିଡସନ ବାଇକରେ ବସିଥିବାର ଫଟୋ ଭାଇରାଲ୍

29/06/2020 at 4:26 PM

ନୂଆଦିଲ୍ଲୀ ୨୯/୬: ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ରବିବାର ହାର୍ଲେ ଡେଭିଡସନ ବାଇକରେ ବସିଥିବାର ନଜର ଆସିଥିଲେ। ବାଇକ୍ ସହ ଉଠାଯାଇଥିବା ତାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତାଙ୍କର ଏହି ଫଟୋକୁ ଟ୍ବିଟରରେ ଜଣେ ୟୁଜର ସେୟାର କରିଛନ୍ତି।

ଏହି ଫଟୋରେ ଜଷ୍ଟିସ୍ ବୋବଡେଙ୍କୁ ବାଇକରେ ବସିଥିବାର ଆପଣ ଦେଖି ପାରିବେ। ତାଙ୍କ ଆଖପାଖରେ ଥିବା ଲୋକେ ମାସ୍କ ପିନ୍ଧିଛନ୍ତି। କିନ୍ତୁ ଜଷ୍ଟିସ୍ ବୋବଡ଼େ ମାସ୍କ ପିନ୍ଧି ନାହାନ୍ତି।

ଚିଫ ଜଷ୍ଟିସ୍ ବୋବଡେ ବର୍ତ୍ତମାନ ନାଗପୁରରେ ନିଜ ଘରେ ଅଛନ୍ତି ଏବଂ ସେଠାରୁ ସୁପ୍ରିମ କୋର୍ଟକୁ ଆସୁଥିବା ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରୁଛନ୍ତି। ରବିବାର ସକାଳେ ସେ ଯେତେବେଳେ ମର୍ଣ୍ଣିଂ ଓ୍ବାକକୁ ବାହାରିଥିଲେ ସେତେବେଳେ ତାଙ୍କ ନଜର ହାର୍ଲେ ଡେଭିଡସନ୍ ବାଇକ୍ ଉପରେ ପଡ଼ିଥିଲା। ଏହି ସମୟରେ ସେ ବାଇକରେ ବସିବା​‌ବେଳେ ଆଖପାଖରେ ଉପସ୍ଥିତ ଥିବା ଲୋକେ ତାଙ୍କ ଫଟୋ ଉଠାଇ ଥିଲେ।

ପ୍ରଧାନ ବିଚାରପତି ବୋବଡ଼େ ଫଟୋଗ୍ରାଫି,କ୍ରିକେଟ ଖେଳିବା ଏବଂ ବହି ପଢ଼ିବାରେ ଖାସ୍ ରୁଚି ରଖନ୍ତି। ଏବେ ଏହି ଫଟୋ ଭାଇରାଲ୍ ହେବା ଦ୍ବାରା ତାଙ୍କ ବାଇକ୍ ପ୍ରେମର ଆଉ ଏକ ଝଲକ ଦେଖିବାକୁ ମିଳିଛି।

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡ଼େ ସୁପ୍ରିମ କୋର୍ଟର ୪୭ତମ ଚିଫ ଜଷ୍ଟିସ୍ ଅଟନ୍ତି। ପୂର୍ବତନ ଚିଫ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସେ ୨୦୧୯ମସିହା ନଭେମ୍ବର ୧୮ତାରିଖରେ ପଦ ଗ୍ରହଣ କରିଥିଲେ। ଚିଫ ଜଷ୍ଟିସ୍ ଭାବେ ଜଷ୍ଟିସ୍ ବୋବଡ଼େଙ୍କ କାର୍ଯ୍ୟକାଳ ପାଖାପାଖି ୧୭ମାସ। ୨୦୨୧ମସିହା ଅପ୍ରେଲ୍ ୨୩ତାରିଖରେ ସେ ଅବସର ଗ୍ରହଣ କରିବେ।

   Related Posts