Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଆଇନ ପ୍ରଣୟନ ପୂର୍ବରୁ ଏହାର ହାନୀଲାଭ ଆକଳନ କରନ୍ତିନି ବିଧାୟିକା, ଯେଉଁଥିଲାଗି ହେଉଛି ଏତେ ବିବାଦ: CJI

27/11/2021 at 10:55 PM

ନୂଆଦିଲ୍ଲୀ ୨୭।୧୧: ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି.ରମନ୍ନା ଶନିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସଂସଦରେ ଆଇନ ପ୍ରଣୟନ କାଳରେ ବିଧାୟିକା ଏହାର ହାନିଲାଭ ଆକଳନ କରିନଥାନ୍ତି। ଏଣୁ ଏଥିରୁ ବିବାଦ ସୃଷ୍ଟି ହୋଇଥାଏ ଓ କେବେ କେବେ ବଡ଼ ପ୍ରସଙ୍ଗରେ ପରିଣତ ହୁଏ। ଯାହାର ଫଳ ନ୍ୟାୟପାଳିକା ଉପରେ ମୋକଦ୍ଦମାର ବୋଝ ବଢ଼ିଯାଏ। ଓକିଲଙ୍କୁ ସମ୍ବୋଧିତ କରି ସିଜେଆଇ କହିଛନ୍ତି ଯେ ଆମକୁ ଏହା ମନେ ରଖିବାକୁ ହେବ ଯେତେବି ବାଧା ଆସୁ ଏହାର ନ୍ୟାୟ ଲାଗି ଆମର ମିଶନ ଯେପରି  ଅଟକିନଯାଏ। 

ସୁପ୍ରିମକୋର୍ଟ ପକ୍ଷରୁ ଅନୁଷ୍ଠିତ ସମ୍ବିଧାନ ଦିବସ ଉତ୍ସବର ଶନିବାର ଉଦଯାପନୀ ଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସିଜେଆଇ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜ୍ଜୁ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।  ସିଜେଆଇ କହିଥିଲେ ନ୍ୟାୟପାଳିକାରେ ବିଚାରାଧୀନ ମାମଲାର ସଂଖ୍ୟା ବୃଦ୍ଧିର ଅନେକ ଦିଗ ରହିଛି। ଏଣୁ ଦୁଇଦିବସୀୟ କାର୍ଯ୍ୟକ୍ରମରେ ପ୍ରାପ୍ତ ପରାମର୍ଶ ଉପରେ ସରକାର ବିଚାର କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ ବିଧାୟିକ କେବେ ଅଧ୍ୟାୟନ କରେନି କି ନୂଆ ଆଇନର ପ୍ରଭାବ ଦେଶ, ରାଜ୍ୟ ଓ ସମାଜ ଉପରେ କିପରି ରହିବ ତାର ଆକଳନ ବି କରନ୍ତିନି କେବଳ ଗୃହୀତ କରାଇଦିଅନ୍ତି। କେବେ କେବେ ଏପରି ଆଇନ ପ୍ରଣୟନ ବଡ଼ ପ୍ରସଙ୍ଗ ମଧ୍ୟ ପାଲଟି ଯାଏ। ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟର ଧାରା ୧୩୮ର ପ୍ରଚଳନକୁ ଏହାର ଏକ ଉଦାହରଣ ବୋଲି କହିଥିଲେ। ମାଜିଷ୍ଟ୍ରେଟମାନେ ପ୍ରଥମରୁ ଚାପରେ ଅଛନ୍ତି। ଏପରି ହେବା ଦ୍ୱାରା ସେମାନଙ୍କ ଉପରେ ଚାପ ଅଧିକ ବଢୁଛି ବୋଲି କହିଛନ୍ତି। ତେବେ ସ୍ୱତନ୍ତ୍ର ଭିତ୍ତିଭୂମି ବିନା ଲମ୍ବିତ ମାମଲା ଉପରେ କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି। ସିଜେଆଇ କହିଛନ୍ତି ଯେ ଅନେକ ଲୋକେ ଭାବନ୍ତି ନ୍ୟାୟାଳୟ ଆଇନ ପ୍ରଣୟନ କରନ୍ତି। ସେମାନଙ୍କ ଏପରି ଧାରଣର ମଧ୍ୟ କାରଣ ରହିଛି ବୋଲି ସେ କହିଛନ୍ତି। କାରଣ ନ୍ୟାୟାଳୟ ହିଁ ରହିତାଦେଶ ଜାରି କରୁଛନ୍ତି। ତେବେ ସିଜେଆଇ ବିଚାରବିଭାଗୀୟ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ବିଚାରବିଭାଗୀୟ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ୯ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି।

   Related Posts