ଅବସର ଗ୍ରହଣ କରିବା ପୂର୍ବରୁ ପ୍ରଭୁ ବାଲାଜୀଙ୍କ ମନ୍ଦିର ଦର୍ଶନ କଲେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ

Published By : Prameya-News7 Bureau | November 17, 2019 IST

ତିରୁମାଲା୧୭/୧୧: ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ। ଅବସର ଗ୍ରହଣ କରିବା ପୂର୍ବରୁ ରଞ୍ଜନ ଗୋଗୋଇ  ଆନ୍ଧ୍ରପ୍ରଦେଶର ତିରୁମାଲା ଜିଲ୍ଲାର ପ୍ରଭୁ ବାଲାଜୀଙ୍କ ମନ୍ଦିରରେ ପୂଜା କରିଛନ୍ତି।

ସପରିବାର ଗୋଗୋଇ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପଣ୍ଡିତମାନଙ୍କ ଦ୍ୱାରା ମନ୍ତ୍ରପାଠ କରାଯିବା ସହ ଏବଂ ମେଲମ ବାଦ୍ୟ ବାଜିଥିଲା।ପ୍ରତ୍ୟକ୍ଷ ଦିଅଁଙ୍କର ମହିମା ଏବଂ ପ୍ରଭୁ ଭେଙ୍କଟେଶ୍ୱର ପରିଧାନ କରିଥିବା ଗହଣାର ତାତ୍ପର୍ଯ୍ୟ ବିଷୟରେ ଗର୍ଭଗୃହ ଭିତରେ ତାଙ୍କୁ ବୁଝାଇ ଦିଆଯାଇଥିଲା। ପରେ ପଣ୍ଡିତମାନେ ରଙ୍ଗନାୟକୁଲ ମଣ୍ଡପରେ ‘ବେଦ ଆଶୀର୍ବଚନ’ ଦେଇଥିଲେ।

ଗତକାଲି ଓ ଆଜି ପ୍ରଥମେ ସେ ତିରୁଚନୁର ପଦ୍ମାବତୀ ମନ୍ଦିର ଏବଂ ତା ପରେ ପ୍ରଭୁ ବରାହସ୍ୱାମୀ ଏବଂ ତା ପରେ ପ୍ରଭୁ ଭେଙ୍କଟେଶ୍ୱରସ୍ୱାମୀଙ୍କୁ ଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.