ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ହୋଇଥିବା ଷଡଯନ୍ତ୍ର ମାମଲାର ଶୁଣାଣି କରିବେ ଅବସରପ୍ରାପ୍ତ ବିଚାରପତି ଏ.କେ.ପଟ୍ଟନାୟକ

Published By : Prameya-News7 Bureau | April 25, 2019 IST

ନୂଆଦିଲ୍ଲୀ ୨୫/୪ : ସୁପ୍ରିମକୋର୍ଟ ବିରୋଧରେ ଷଡଯନ୍ତ୍ର ମାମଲାରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ଶୁଣାଇ ଯାଞ୍ଚ କମିଟି ଗଠନ କରିଛନ୍ତି | ଅବସରପ୍ରାପ୍ତ ବିଚାରପତି ଏ.କେ.ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ମାମଲାର ଯାଞ୍ଚ ହେବ | ବିଚାରପତି ପଟ୍ଟନାୟକ ଆବେଦନ ପତ୍ର ଏବଂ ସମସ୍ତ ପ୍ରମାଣ ଆଧାରରେ ଯାଞ୍ଚ କରିବେ | ଯାଞ୍ଚ ପ୍ରକ୍ରିୟାରେ ସିବିଆଇ, ଆଇବି ଏବଂ ଦିଲ୍ଲୀ ପୋଲିସ ଜଷ୍ଟିସ ପଟ୍ଟନାୟକଙ୍କୁ ସହଯୋଗ କରିବେ |


ମୁଖ୍ୟ ବିଚାରପତି ଗୋଗୋଇଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଏହି ଯାଞ୍ଚ ପରିଧି ବାହାରେ ରହିବ | କେବଳ ଷଡଯନ୍ତ୍ରର ଜନସଭା ହେବ | ଜଷ୍ଟିସ ପଟ୍ଟନାୟକ ସିଲ ହୋଇଥିବା ଲଫାଫାରେ ରିପୋର୍ଟ କୋର୍ଟରେ ପ୍ରଦାନ କରିବେ | ସିଜେଆଇ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ମାମଲାରେ ଇନ ହାଉସ ଯାଞ୍ଚ ପ୍ୟାନେଲରେ ସାମିଲ ହୋଇଥିବା ଏନ.ବି. ରମନା ପ୍ୟାନେଲରୁ ନିଜକୁ ଅଲଗା କରିଦେଇଛନ୍ତି | ଅଭିଯୋଗକାରୀ ମହିଳାଙ୍କ ଚିଠି ଲେଖି ଆପତ୍ତି ଦର୍ଶାଇବାରୁ ସେ ପ୍ୟାନେଲରୁ ଅଲଗା ହୋଇଛନ୍ତି |

{"id":107179}


ଏହି ନିଷ୍ପତ୍ତି ପରେ ଇନ୍ଦିରା ଜୟସିଂହ କହିଛନ୍ତି ଯେ, ଗୋଗୋଇଙ୍କଠାରୁ ସମସ୍ତ ପ୍ରଶାସନିକ ଏବଂ ନ୍ୟାୟିକ ଦାୟିତ୍ୱ ନେଇଯିବା ଉଚିତ | ଉଭୟ ଆବେଦନ ଉପରେ ଏକସଙ୍ଗେ ଯାଞ୍ଚ ହେବ ଉଚିତ | କାରଣ ଉଭୟ ମାମଲା ପରସ୍ପର ସହ ଜଡିତ |


ଆଜି ସକାଳେ ଓକିଲ ଉତ୍ସବ ବୈଂସ ଅତିରିକ୍ତ ଆଫିଡେଭିତ ଓ ସିଲ ହୋଇଥିବା ପ୍ରମାଣ କୋର୍ଟକୁ ଦେଇଛନ୍ତି | ସେ କହିଛନ୍ତି ଯେ, ମାମଲାରେ କୌଣସି ଜଜ ବା ତାଙ୍କ ସମ୍ପର୍କୀୟ ଏଥିରେ ସଂଶ୍ଳିଷ୍ଟ ନୁହନ୍ତି | ସ୍ପେଶାଲ ବେଞ୍ଚ ଉଭୟ ପକ୍ଷର ଦଲିଲ ଅନୁଧ୍ୟାନ କରିଛନ୍ତି | ମାମଲାରେ ବଡ ଷଡଯନ୍ତ୍ର ଆଡକୁ ଇସାରା କରି କୋର୍ଟ କହିଥିଲେ ଯେ, ଏହି ଷଡଯନ୍ତ୍ର ପଛରେ ବଡ ଏବଂ ଶକ୍ତିଶାଳୀ ଲୋକଙ୍କ ହାତ ଥାଇପାରେ | ତେବେ ଏହା କରି ସେମାନେ ନିଆଁ ସହ ଖେଳୁଛନ୍ତି ବୋଲି ଜାଣିଯିବା ଦରକାର ବୋଲି କହିଥିଲେ | କୋର୍ଟ କହିଥିଲେ ଯେ, ଦସ୍ତାବିଜଗୁଡିକୁ ନିରୀକ୍ଷଣ କରିବାର ଅଧିକାର କୋର୍ଟଙ୍କ ପାଖରେ ଅଛି |

{"id":107180}

ସ୍ୱତନ୍ତ୍ର ଦସ୍ତାବିଜରେ ଆଟର୍ଣ୍ଣି ଜେନେରାଲ ନିଜର ଆଇନଗତ ତର୍କ ରଖିବେ | ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ କୋର୍ଟ ଷ୍ଟାଫଙ୍କ ନିଯୁକ୍ତି ଏବଂ ବ୍ୟବହାର ନିୟମ କହିଥିଲେ | ସେ କହିଥିଲେ ଯେ, କୋର୍ଟରୁ ନିଲମ୍ବିତ କର୍ମଚାରୀ କୋର୍ଟର ଜଣେ ବରିଷ୍ଠ ଓକିଲଙ୍କୁ ଯୋଗାଯୋଗ କରିଥିଲେ | ସେ ମଧ୍ୟ ପ୍ରେସ କ୍ଲବରେ ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଥିଲେ |

ସାକ୍ଷ୍ୟ ଗ୍ରହଣ ଅଧିନିୟମ ଅନୁଯାୟୀ, କୌଣସି ଓକିଲ ନିଜ ମହକିଲଙ୍କ ବିନା ଅନୁମତିରେ କୌଣସି ସାକ୍ଷ୍ୟ ଗ୍ରହଣ କିମ୍ବା କୋର୍ଟଙ୍କ ସହ ସମ୍ପର୍କ କରିପାରିବେ ନାହିଁ | କିନ୍ତୁ ଏଠାରେ କୌଣସି ମହକିଲ ହିଁ ନାହାନ୍ତି | ତେଣୁ ଏହି ମାମଲାରେ ସାକ୍ଷ୍ୟ ଗ୍ରହଣ ଅଧିନିୟମ ଧାରା ୧୨୬ ଲାଗୁ ହୋଇପାରିବ ନାହିଁ | ସିଆରପିସି ସେକ୍ସନ ୯୦ ଅନୁଯାୟୀ, ଆବଶ୍ୟକ ସ୍ଥଳେ କୋର୍ଟ ଦସ୍ତାବିଜକୁ ନେଇ ସମନ ଜାରି କରିପାରନ୍ତି | କେ.କେ.ବେଣୁଗୋପାଳ କହିଛନ୍ତି ଯେ, ଉତ୍ସବ ବୈଂସଙ୍କ ଆଫିଡେଭିଟ ଅନୁଯାୟୀ, ଅଜୟ ତାଙ୍କ ପାଖକୁ ଆସି ତାଙ୍କୁ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ୫୦ ଲକ୍ଷ ଟଙ୍କା ଦେବେ ବୋଲି କଗିଥିଲେ | ଉତ୍ସବଙ୍କ ଅନୁଯାୟୀ ଅଜୟ ତାଙ୍କ ମହକିଲ ନୁହଁ, କିନ୍ତୁ ସେ କିଏ ଥିଲା ତାହା ଜଣାପଡିଲା ନାହିଁ |

{"id":107181}


ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ କହିଛନ୍ତି ଯେ, ଯୌନ ଉତ୍ପୀଡ଼ନ ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରାଯାଇଛି | କିନ୍ତୁ ଏହି ମାମଲାର ଯାଞ୍ଚ ହେବ | ଯେହେତୁ ଷଡଯନ୍ତ୍ର ପ୍ରସଙ୍ଗ ଏହା ସହ ଜଡିତ ସେଥିପାଇଁ ଉଭୟ ମାମଲାର ଯାଞ୍ଚ ଏକାସଙ୍ଗେ ହେବା ଦରକାର | ଉଭୟ ମାମଲାରେ ଅଭିଯୋଗକାରୀର ଯାଞ୍ଚ ହେଉଛି | ଷଡ଼ଯନ୍ତ୍ରକାରୀ ବାହାରେ ଖୋଲା ବୁଲୁଛନ୍ତି | ନ୍ୟାୟପାଳିକାଙ୍କୁ ପଦବୀରୁ ହଟାଇବା ପାଇଁ ଓକିଲଙ୍କୁ ସମ୍ପର୍କ କରୁଛନ୍ତି | ଏହା ଅତ୍ୟନ୍ତ ଗମ୍ଭୀର ମାମଲା |


ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ପ୍ରଶ୍ନ କରିଛନ୍ତି, ବିନା ଷ୍ଟିକର ଗାଡି ସୁପ୍ରିମକୋର୍ଟ ଭିତରକୁ କେମିତି ଆସିଲା ? ଉତ୍ସବଙ୍କ ବିଶ୍ୱସନୀୟତାର ମଧ୍ୟ ପରୀକ୍ଷା ହେବ | ସେ ଟ୍ୱିଟ କରି ପ୍ରଶ୍ନ କରିଛନ୍ତି, କ'ଣ ସୁପ୍ରିମକୋର୍ଟ ଓକିଲ ଉତ୍ସବ ବୈଂସଙ୍କ ଆଫିଡେଭିଟର ବିଶ୍ୱସନୀୟତା ଯାଞ୍ଚ କରିବ ? ଏହି ବିବାଦରେ ଜଡିତ କୌଣସି ବ୍ୟକ୍ତି ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଉତ୍ସବ କଣ ଶପଥ ପତ୍ର ଦାଖଲ କରିବେ ? ସେ ତଦନ୍ତ ପାଇଁ ରାଜି ହେବେ କି ବୋଲି ପ୍ରଶ୍ନ କରିଛନ୍ତି ଜୟସିଂହ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.