CJI ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଆଜି ଥିଲା ଅନ୍ତିମ କାର୍ଯ୍ୟଦିବସ : ୪ ମିନିଟ୍‌ରେ ଜାରି କଲେ ୧୦ଟି ମାମଲାର ନୋଟିସ୍

Published By : Prameya-News7 Bureau | November 15, 2019 IST

ନୂଆଦିଲ୍ଲୀ ୧୫।୧୧: ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କର ଅନ୍ତିମ କାର୍ଯ୍ୟଦିବସ । ଶେଷ କାର୍ଯ୍ୟଦିବସରେ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ପରବର୍ତ୍ତୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେଙ୍କ ସହ କୋର୍ଟ ରୁମ୍ ରେ କିଛି ସମୟ ବସିଥିଲେ । ଏହି ସମୟରେ ୪ ମିନିଟ୍ ଭିତରେ ୧୦ଟି ମାମଲାରେ ନୋଟିସ୍ ଜାରି କରିଥିଲେ ଜଷ୍ଟିସ୍ ଗୋଗୋଇ ।

୧୭ ନଭେମ୍ବରରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଏହା ରବିବାର ଛୁଟିଦିନ । ତେଣୁ ଆଜି ଥିଲା ଜଷ୍ଟିସ୍ ଗୋଗୋଇଙ୍କ ଅନ୍ତିମ କାର୍ଯ୍ୟଦିବସ । ଆଜି ସଂଧ୍ୟାରେ ଜଷ୍ଟିସ୍ ଗୋଗୋଇ ଦେଶର ସମସ୍ତ ହାଇକୋର୍ଟର ୬୫୦ ବିଚାରପତି, ୧୫ହଜାରରୁ ଅଧିକ ନ୍ୟାୟିକ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ନିଜ କାର୍ଯ୍ୟକାଳ ଭିତରେ ଜଷ୍ଟିସ ଗୋଗୋଇ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି । ଏଭିତରେ ଅଯୋଧ୍ୟା ମାମଲା, କର୍ଣ୍ଣାଟକ ବିଧାୟକ ମାମଲା, ସବରୀମାଲା ମାମଲା, ରାଫେଲ ବିମାନ ମାମଲାରେ ରିଭ୍ୟୁ ପିଟିସନ, ରାହୁଲ ଗାନ୍ଧୀଙ୍କ କୋର୍ଟ ଅବମାନନା ଭଳି ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.